୨ ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କର ଲାଗିବ ଲଟେରୀ, ଶୁକ୍ର ଗ୍ରହଙ୍କର ବର୍ଷିବ କୃପା

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଏବଂ ରାଶିମାନଙ୍କର ଖାସ ସମ୍ବନ୍ଧ ରହିବ । ଯଦି ଗ୍ରହଙ୍କ ଦ୍ୱାରା ରାଶି ଗୋଚର ହୁଏ ବା ନକ୍ଷତ୍ର ପରିବର୍ତ୍ତନ କରିନ୍ତି, ତେବେ ଏହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ । ଧନ-ବୈଭବ ପାଇଁ କାରକ ଗ୍ରହ ଶୁକ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯେଉଁଥିରେ କିଛି ରାଶିମାନଙ୍କ ଭାଗ୍ୟ ଚମକିପାରେ । ପ୍ରେମଠାରୁ ନେଇ ଧନ ସହ ଜଡିତ ଲାଭ ହେବାର ଯୋଗ ସୃଷ୍ଟି ହେଉଛି । ୭ ନଭେମ୍ବରରେ ଶୁକ୍ର ଗ୍ରହ ଧନୁ ରାଶିରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କୁ ଏହାର ଲାଭ ମିଳିବ ।

ମିଥୁନ: ଶୁକ୍ର ଗ୍ରହ ଦ୍ୱାରା କରାଯାଉଥିବା ରାଶି ପରିବର୍ତ୍ତନ ଲାଭକାରୀ ହେବାକୁ ଯାଉଛି । ଲଭ ଲାଇଫଠାରୁ ଫାଇନାନସିଆଲ ଲାଇଫଷ୍ଟାଇଲ ଗୁରୁତ୍ୱପୂର୍ଣ୍ଣ ରହିବ । ସ୍ୱାମୀ-ସ୍ତ୍ରୀ ସଂପର୍କ ମଧୁର ହେବ । ଦୁହିଁଙ୍କ ମଧ୍ୟରେ ମତଭେଦ ଦୂର ହୋଇପାରେ । ଧନ ସହ ଜଡିତ ଲାଭ ମିଳିପାରେ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ । ସାମିଜିକ କାର୍ଯ୍ୟରେ ରୁଚି ବଢିବ ।

ବିଛା ରାଶି: ଶୁକ୍ର ଗ୍ରହଙ୍କର କୃପାରେ ୭ ନଭେମ୍ବରରୁ ୨ ଡିସେମ୍ବର ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଖୋଲିବ । ଧନ ପ୍ରାପ୍ତି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବ । ଅଚାନକ ଧନ ସହ ଜଡିତ ଲାଭ ମିଳିବ । ଚାକିରିରେ ପ୍ରମୋସନ ମିଳିବ ଏବଂ କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧୀୟ ମାମଲା ସମାଧାନ ହେବ । ନିବେଶରୁ ଭଲ ରିଟର୍ଣ୍ଣ ମିଳିବ ।

ମକର ରାଶି: ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ପାଇଁ ଉତ୍ତମ ପ୍ରମାଣିତ ହୋଇପାରେ । ବିନା କାରଣରୁ ଖର୍ଚ୍ଚ ହେବା ବନ୍ଦ ହେବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ହେଲେ ଏହି ସମୟ ଉତ୍ତମ ରହିବ । ପିଲାମାନଙ୍କଠାରୁ ଖୁସିଖବର ଶୁଣିବାକୁ ମିଳିପାରେ ।