(Video) ବିଚିତ୍ର ଚୋର! ଜଜଙ୍କ ଘରେ ପଶିଲେ, ଚକୁଳି ପିଠା ତିଆରି କରି ଖାଇଲେ, ତା’ପରେ ସୁନା ଗହଣା ଲୁଟିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଘରେ କେହି ନଥିବାର ସୁଯୋଗ ଦେଖି ଚୋରମାନେ ଲୁଚିଛପି ଟଙ୍କା, ପଇସା, ସୁନା ଅଳଙ୍କାର ଧରି ଛୁ ମାରିଥାନ୍ତି । ମାତ୍ର ଏଠାରେ ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ଜଣେ ବିଚାରପତିଙ୍କ ଘରେ ପଶି ଚୋରମାନେ ଚକୁଳି ପିଠା କରି ଖାଇଲେ । ତା’ପରେ ସୁନା ଅଳଙ୍କାର ଲୁଟିଥିଲେ । ଏହି ବିଚିତ୍ର ଚୋରଙ୍କୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଏକ ଅଜବ ଘଟଣା । ଆଧୁନିକ ଯୁଗର ଏହି ଚୋରମାନଙ୍କର କାରନାମା ଦେଖି ଏବେ ଚାରିଆଡ଼େ ଚହଳ ପଡ଼ିଛି ।

ଜଣାପଡ଼ିଛି ଯେ, ଗତ ମାସ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକଙ୍କ ବାସଭବନରୁ ଚୋରମାନେ ଏହି ଚୋରି କରିବା ସହ ଅଜବ କାରନାମା କରିଥିଲେ । ଚୋରମାନେ ପ୍ରଥମେ ଜଜଙ୍କ ଘରେ ପଶିଥିଲେ, ତା’ପରେ ଚକିଳି ପିଠା ତିଆରି କରି ଖାଇଲେ ଓ ଶେଷରେ ସୁନା, ଅଳଙ୍କାର ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ । ତେବେ ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଥିଲେ ଏହି ସବୁ ବିଚିତ୍ର ଚୋର । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସେମାନଙ୍କ ନିକଟରୁ ୨ଟି ସୁନା ଚୂଡ଼ି, ଗୋଟିଏ ବ୍ୟାଗ୍ ଜବତ କରିଛି । ଜର୍ଜ ପୂଜା ଛୁଟିରେ ଘରକୁ ଯାଇଥିବା ବେଳେ ଚୋରମାନେ ଭେଣ୍ଟିଲେଟର ଭାଙ୍ଗି ଘରେ ପ୍ରବେଶ କରି ଏହିସବୁ କାରନାମା ରଚିଥିଲେ । ଚୋରମାନେ ଘରେ ଚକୁଳି ପିଠା କରି ଖାଇବା ସହ ଫ୍ରିଜରୁ ଥଣ୍ଡା ଓ ମିଠା ମଧ୍ୟ ଖାଇଥିଲେ । ଏପରିକି ଚୋରମାନେ ଅଇଁଠା ବାସନ ସଫାକରି ଚିହ୍ନ ଲିଭାଇବାକୁ ପ୍ରୟାସ ମଧ୍ୟ କରିଥିଲେ । ସିସିଟିଭି ଓ କଲ ଡିଟେଲ୍ସକୁ ଆଧାର କରି ଦୁଇଜଣ ଚୋରକୁ ଧରିବାରେ ସଫଳ ହୋଇଥିଲା ଭନଗର ପୋଲିସ । ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।