‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ବ୍ରେକ୍; ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ନିଆଗଲା ପଦକ୍ଷେପ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ବ୍ରେକ୍ । ଏଣିକି ‘ମୋ ବସ୍’ ସ୍ପିଡ୍‌ରେ ରହିବ ଲିମିଟ୍ । ସହରରେ ଘଣ୍ଟାପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ବେଗ ୫୦ କିମି ରହିବ । ବିଭିନ୍ନ ସ୍ଥାନରେ ମୋ ବସ୍ ର ଦୁର୍ଘଟଣା ପରେ ଏପରି ଦଦକ୍ଷେପ ନିଆଯାଇଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।

ସବୁ ଗାଡ଼ିରେ ରହିବ ସ୍ପିଡ୍ ଗଭର୍ଣ୍ଣର । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ମିଳିବ ଗାଡ଼ି ଚଳନା ପାଇଁ ଅନୁମତି । ମଦ ପିଇ ଗାଡ଼ି ଚଳାଉଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ ହେବ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।