ନୂଆଦିଲ୍ଲୀ: କାନପୁରରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମରୁ ବଞ୍ଚିବା ପାଇଁ ରାସ୍ତାରେ ଅର୍ଦ୍ଧନଗ୍ନ ହୋଇ ଦୌଡିଲେ ଶିକ୍ଷୟିତ୍ରୀ । ସାଙ୍ଗ ସହିତ କଥା କରାଇବା ପାଇଁ ଘରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ । କାନପୁରର ବର୍ରା ଥାନା କ୍ଷେତ୍ରରୁ ସାମ୍ନାକୁ ଆସିଛି ଏହି ଘଟଣା । ତେବେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁସାରେ, ଟ୍ୟୁସନ ପଢାଇବା ପାଇଁ ଆସିଥିବା ଶିକ୍ଷୟିତ୍ରୀଙ୍କୁ ସାଙ୍ଗ ସହିତ କଥା କରାଇବା ପାଇଁ ଘରକୁ ନେଇ ଆସିଲା ଯୁବକ । ମଙ୍ଗଳବାର ଶିକ୍ଷୟିତ୍ରୀ ଜଣକ ଟ୍ୟୁସନ ପାଇଁ ବାହାରିଥିବା ବେଳେ ତାଙ୍କ ସ୍କୁଟି ପାଖକୁ ଆସି ଜଣେ ଯୁବକ ଆଉ ଏକ ଟ୍ୟୁସନ ପାଇଁ କଥା ହେବାକୁ ଘରକୁ ଡାକିଥିଲେ । ଏହାପରେ ଘରେ ଜବରଦସ୍ତି ମଦ ପିଆଇବା ପାଇଁ ଚେଷ୍ଟା କରିଥିଲା । ତେବେ ଶିକ୍ଷୟିତ୍ରୀ ଜଣକ ମନା କରିବା ପରେ ତାଙ୍କୁ ମାରପିଟ କରିବା ସହିତ ମୋବାଇଲ ଛଡାଇ ଦେଇଥିଲା । ଏହାସହିତ ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲେ । ତେବେ ନିଜେ ଲାଜ ନକରି ବର୍ତ୍ତିବା ପାଇଁ ଅରଦ୍ଧନଗ୍ନ ଅବସ୍ଥାରେ ଦୌଡିଲେ ଶିକ୍ଷୟିତ୍ରୀ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାସ୍ତାରେ ଦୌଡୁଥିବା ବେଳେ ଏକ ଯୁବତୀ ତାଙ୍କୁ କପଡା ପିନ୍ଧିବାକୁ ଦେଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଯୁବକ ଅନେକ ମହିଳା ସହିତ ଏଭଳି ଅଭଦ୍ରାମି କରିଛନ୍ତି । ତେବେ ଦୁର୍ବୃତ୍ତ ଫେରାର ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।