ଓଡ଼ିଶା ଭାସ୍କର: ଧୀରେ ଧୀରେ ଫେଷ୍ଟିଭ ସିଜନ ସରି ସରି ଆସୁଛି । ବିଭିନ୍ନ ଜିନିଷରେ ଥିବା ପୂଜା ଅଫର ମଧ୍ୟ ହଟାଇଲେଣି କମ୍ପାନୀ । କିନ୍ତୁ ଆସନ୍ତା ନଭେମ୍ବର ୨୯ ତାରିଖରେ ପୁଣିଥରେ ଲୋକଙ୍କ ପାଖକୁ ଫେରୁଛି ସପିଙ୍ଗ କରିବାର ଅଫର । ପୁଣିଥରେ ଦମଦାର ରିହାତିରେ ଜିନିଷ କିଣଶିପାରିବେ ଗ୍ରାହକ । ବିଭିନ୍ନ ଜିନିଷରେ ଏହି ଦିନ ରିହାତି ରହିବ ବୋଲି ଜଣାଯାଇଛି । ସୋ’ରୁମରୁ ଖୁବ କମ୍ ଦାମରେ ଯେକୌଣସି ଜିନିଷ କିଣିପାରିବେ ଗ୍ରାହକ ।
ସପିଙ୍ଗ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଏହି ମାସର ୨୯ ତାରିଖରେ ଶସ୍ତାରେ ଜିନିଷ କିଣିପାରିବେ ଗ୍ରାହକ । ଅନେକ କମ୍ପାନୀ ବିଭିନ୍ନ ଆଉଟଲେଟ୍ସରେ ବମ୍ପର ଡିସ୍କାଉଣ୍ଟ ଦେବାକୁ ଯାଉଛନ୍ତି । କେବଳ ଅଫଲାଇନ୍ ନୁହେଁ, ବିଭିନ୍ନ ଅନଲାଇନ ସପିଙ୍ଗ ପ୍ଲାଟଫର୍ମରେ ମଧ୍ୟ ଗ୍ରାହକ ଏହି ଅଫର ପାଇପାରିବେ । ମାସର ଶେଷ ଶୁକ୍ରବାର ଗ୍ରାହକଙ୍କ ପାଇଁ ଅଫର ଆଣିବେ ବିଭିନ୍ନ କମ୍ପାନୀ । ତେବେ ନଭେମ୍ବର ଶେଷ ଶୁକ୍ରବାରକୁ ‘ବ୍ଲାକ ଫ୍ରାଇଡେ’ ବୋଲି କୁହାଯାଏ । ତେଣୁ ଏହିଦିନ ବିଭିନ୍ନ କମ୍ପାନୀ ବିଭିନ୍ନ ଜିନିଷ ଉପରେ ରିହାତି ପ୍ରଦାନ କରିଥାନ୍ତି । ଅନେକ ବ୍ରାଣ୍ଡସ ଶୁକ୍ରବାର ସହିତ ସମ୍ପୂର୍ଣ୍ଣ ସପ୍ତାହରେ ଏହି ରିହାତି ପ୍ରଦାନ କରିଥାନ୍ତି ।
ଶେଷ ଶୁକ୍ରବାର କାହିଁକି?
‘ବ୍ଲାକ ଫ୍ରାଇଡେ’ ପରମ୍ପରା ଆମେରିକାରୁ ଆରମ୍ଭ ହୋଇଥିଲା । ଏହା ଥ୍ୟାଙ୍କସ ଗିଭିଙ୍ଗ ଡେ’ ପରଦିନ ପଡ଼ିଥାଏ । ତେବେ ବର୍ତ୍ତମାନ ଏହା ଆମେରିକା ସହିତ ବିଭିନ୍ନ ଦେଶରେ ପାଳନ କରାଯାଏ ଏବଂ ଅନେକ ଦେଶ ଏହାକୁ ଫଲୋ କରୁଛନ୍ତି । ନଭେମ୍ବର ମାସର ଶେଷ ଗୁରୁବାରକୁ ଥ୍ୟାଙ୍କସ ଗିଭିଙ୍ଗ ଡେ’ ଭାବରେ ପାଳନ କରାଯାଏ । ଏହାର ପରଦିନକୁ କ୍ରିସମାସ ସପିଙ୍ଗର ପ୍ରଥମ ଦିନ ଭାବରେ ପାଳନ କରାଯାଏ ।
ପୂର୍ବରୁ ଅନେକ ଲୋକ ଏହି ଦିନ ଖୁବ ସପିଙ୍ଗ କରିବାକୁ ବାହାରକୁ ଯାଉଥିଲେ । ତେଣୁ ଏହାକୁ ଏପରି ନାମରେ ନାମିତ କରାଯାଇଛି ବୋଲି କୁହାଯାଏ । ଯାହାଫଳରେ ରାସ୍ତା ଖୁବ ଭିଡ଼ ରହୁଥିବା ବେଳେ ପୋଲିସକର୍ମୀଙ୍କୁ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାକୁ ସମସ୍ୟା ହେଉଥିଲା । ତେଣୁ ଏହାକୁ ବ୍ଲାକ ଫ୍ରାଇଡେ ବୋଲି କୁହାଯାଇଛି । ଏହି ଦିନ ସପିଙ୍ଗ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କମ୍ପାନୀ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଅଫର ମଧ୍ୟ ପ୍ରଦାନ କରୁଛନ୍ତି ।