ନୂଆଦିଲ୍ଲୀ: ଲଭ୍ ଜିହାଦ ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସବୁଠି ଆଲୋଚନା ହେଉଥିବା ବେଳେ ଲଭ୍ ଜିହାଦର କଳା କାହାଣୀ କହିଛନ୍ତି Mrs. India Galaxy-2024 ରିନିମା ବୋରାହ। ନିକଟରେ ମିଷ୍ଟ୍ରେସ ଇଣ୍ଡ୍ରିଆ ଗାଲେକ୍ସ ସାଜିଥିବା ବେଳେ ସେ ମଧ୍ୟ ଦିନେ ଲଭ୍ ଜିହାଦର ଶିକାର ହୋଇଥିଲେ । ବିବାହ ପରେ ପ୍ରେମିକ ଦେଇଥିବା ନିର୍ଯାତନା ସମ୍ପର୍କରେ ପ୍ରକାଶ କରିଛନ୍ତି ରିନିମା । ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଲଭ୍ ଜିହାଦର ଭୂମିକା ଏବଂ ଏହାର ପରିଣାମ ବିଷୟରେ କହିଛନ୍ତି ମିଷ୍ଟ୍ରେସ ଇଣ୍ଡିଆ ଗାଲାକ୍ସି ।
୧୬ ବର୍ଷ ବୟସରେ ରିନିମା ଉଚ୍ଚ ଶିକ୍ଷା ପାଇଁ ଆସାମରୁ ବାଙ୍ଗାଲୋର ଆସିଥିଲେ । ଏଠାରେ ସେ ଜଣେ ମୁସଲମାନ ଯୁବକଙ୍କୁ ଭଲ ପାଉଥିଲେ, କିନ୍ତୁ ଯୁବକ ଏବଂ ତାଙ୍କ ପରିବାର ରିନିମାଙ୍କୁ ଖୁବ ମାଡ଼ ମାରୁଥିବା ସେ କହିଛନ୍ତି । ରିନିମା କହିଛନ୍ତି ଯେ, ଗତ ୧୬ ବର୍ଷରୁ ମୋ ଉପରେ ଏହି ନିର୍ଯାତନା ହେଉଛି ଏବଂ ଏହାକୁ ଭୁଲିବା ପାଇଁ ମୋତେ ବର୍ଷ ବର୍ଷ ସମୟ ଲାଗିବ । ତେବେ ସେ ଦିନ ସରି ଯାଇଛି ବୋଲି ପ୍ରତ୍ୟେକ ଦିନ ମୁଁ ନିଜକୁ ସାନ୍ତ୍ୱନା ଦେଇଚାଲିଛି । ଆଜି ପର୍ଯ୍ୟନ୍ତ କିଛି ଲୋକ ମୋତେ ଭୁଲ ବୋଲି ଦର୍ଶାଉଛନ୍ତି ଏବଂ ମୁଁ ଏହା ବିରୋଧରେ ଏବେ ବି ଲଢେଇ କରୁଛି । ପ୍ରେମିକଙ୍କ ଦ୍ୱାରା ହେଉଥିବା କ୍ରୁର ନିର୍ଯାତନା ଯୋଗୁଁ ଏହାକୁ ମୁଁ ତାଲିବାନ ବୋଲି ମଧ୍ୟ କହୁଥିଲି ।
Assam’s Rinima Borah is Mrs India Galaxy, will represent India at Mrs Galaxy 2025.
She joined us in the Podcast – and opened about how she was a victim of ‘Love Jihad’.
OPEN, NO HESITATION & DIRECT episode. pic.twitter.com/3GgtRyAjzt
— aboyob bhuyan (@aboyobbhuyan) November 8, 2024
ସେ ମୋତେ ଅତି ନିର୍ମମ ଭାବରେ ମାଡ଼ ମାରୁଥିଲେ । ଏହାବ୍ୟତୀତ ମୋତେ ଗୋମାଂସ ଖାଇବା ପାଇଁ ମଧ୍ୟ ସେମାନେ ବାଧ୍ୟ କରିଥିଲେ । ସେ କହି ଛନ୍ତି, ମୋର ଏବେ ବି ମନେ ଅଛି ଯେଉଁଦିନ ସେମାନେ ମୋତେ ଗୋମାଂସୁ ଖାଇବାକୁ ଦେଇଥିଲେ । ତାଙ୍କ ପିତାମାତା ମୋତେ ଗୋମାଂସ ଖାଇବାକୁ ବାଧ୍ୟ କରିଥିଲେ । ଏହା ହିଁ ତ ଲଭ୍ ଜିହାଦ । ଏହାପରେ ସେମାନେ ରିନିମା ବୋରାହରୁ ତାଙ୍କ ନାମ ଆୟେଶା ହୁସେନ କରି ଦେଇଥିବା ସେ ପ୍ରକାଶ କରିଛନ୍ତି । ଏପରିକି ସେମାନେ ନମାଜ ପଢିବା ପାଇଁ ମଧ୍ୟ ବାଧ୍ୟ କରିଥିବା ରିନିମା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୁଦ୍ଧରେ ଧାର୍ମିକ ରୀତିନୀତି ପାଳନ କରିବାରେ ତାଙ୍କୁ କିପରି ବାଧ୍ୟ କରାଯାଇଥିଲା। ଏହି ନିର୍ୟାତନା ଏକ ବିପଜ୍ଜନକ ମୋଡ଼ ନେଇଥିଲା ଯେତେବେଳେ ତାଙ୍କ ପୂର୍ବତନ ସାଥୀ ତାଙ୍କୁ ହିଂସା ସହ ଧମକ ଦେଇଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ସେ ତାଙ୍କୁ ଛାଡିଦିଅନ୍ତି ତେବେ ସେ ତାଙ୍କ ଉପରେ ଏସିଡ୍ ପକାଇବେ। ଭୟଙ୍କର ଧମକ ଏବଂ ଯନ୍ତ୍ରଣା ପରେ ରିନିମା ଶେଷରେ ସମ୍ପର୍କରୁ ମୁକ୍ତି ପାଇବାକୁ ଏବଂ ତାଙ୍କ ଜୀବନକୁ ନୂଆ କରି ଗଢ଼ିବାକୁ ଶକ୍ତି ପାଇଲେ ।
ଆଜି ରିନିମା ଏଭଳି ସମସ୍ୟାରୁ ମୁକୁଳି ସଶକ୍ତିକରଣର ଏକ ଉଦାହରଣ ପାଲଟିଛନ୍ତି । ବର୍ଷ ବର୍ଷ ପର୍ଯ୍ୟନ୍ତ ଲଭ୍ ଜିହାଦର ନିର୍ଯାତନା ସହିବା ପରେ ଏତିରୁ ବାହାରି ତାଙ୍କ ଭଳି ଅନ୍ୟ ମହିଳାଙ୍କ ପାଇଁ ସେ ଆଶାର ଆଲୋକ ସାଜିଛନ୍ତି । ଏହାପରେ ମିଷ୍ଟ୍ରେସ ଇଣ୍ଡିଆ ଗାଲାକ୍ସିରେ ଅପୂର୍ବ ସଫଳତା ହିଁ ତାଙ୍କ ଦୃଢ ଶକ୍ତି, ନିଷ୍ଠା ଏବଂ ପରିସ୍ତିତିକୁ ସାମନା କରିବାର ସାହସର ପରିଣାମ । ବର୍ତ୍ତମାନ ଉଭୟ କ୍ଷେତ୍ରରେ ସଫଳତା ପାଇଁ ରିନିମାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟଇଛି ।