ନୂଆଦିଲ୍ଲୀ: ପ୍ରଶାସନର ଦିୱାଲୀ ମେସେଜକୁ ନେଇ ଏବେ ବଡ଼ ଧରଣର ବିବାଦ ଦେଖାଦେଇଛି । ଏହି ମେସେଜ ପାଇବା ପରେ ସହରର ୪୦ ଜଣ କୁଆଁରୀ ଝିଅଙ୍କ ପରିବାରରେ ଉଠିଛି ଝଡ଼ । ବିବାହ ପୂର୍ବରୁ ଏହି ଯୁବତୀ ଗର୍ଭବତୀ ହୋଇଥିବା ସୂଚନା ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ସାରା ସହରରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।
ସୂଚନା ଅନୁସାରେ, ବାରାଣସୀ ଜନପଦର ରମଣା ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ଗ୍ରାମର ୪୦ ଜଣ ମହିଳା କର୍ମଚାରୀଙ୍କ ନାମ ଗର୍ଭବତୀ ମହିଳାଙ୍କ ପୋର୍ଟାଲରେ ପଞ୍ଜୀକରଣ ହୋଇଥିଲା । ଏହାପରେ ଦିୱାଲଈରେ ବାଲ ବିକାଶ ମନ୍ତ୍ରାଳୟ ଦ୍ୱାରା ସେମାନଙ୍କୁ ମେସେଜ ପଠାଯାଇଛି । ଏହି ମେସେଜରେ ଲେଖା ଥିଲା ଯେ, ପୋଷଣ ଟ୍ରାକରରେ ଆପଣଙ୍କୁ ସ୍ୱାଗତ । ଜଣେ ସ୍ତନ୍ୟପାନ କରାଉଥିବା ମା ଭାବରେ, ଆପଣ ଅଙ୍ଗନୱାଡି କେନ୍ଦ୍ର ସାହାଯ୍ୟରେ ଘର ପରିଦର୍ଶନ ମାଧ୍ୟମରେ ଗରମ ରନ୍ଧା ଖାଦ୍ୟ କିମ୍ବା ରାସନ, ପରାମର୍ଶ, ଶିଶୁ ସ୍ୱାସ୍ଥ୍ୟ ମନିଟରିଂ ଏବଂ ସ୍ତନ୍ୟପାନ ପରି ସେବା ପାଇପାରିବେ । ତେବେ ଅବିବାହିତା ଯୁବତୀଙ୍କ ବେମାବାଇଲକୁ ଏଭଳି ମେସେଜ ଆସିବା ପରେ ସେମାନଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା ।
ଏଭଳି ମାମଲା ନେଇ ଗ୍ରାମର ପ୍ରଧାନ ଆରତୀ ପଟେଲ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଙ୍ଗନୱାଡ଼ି କର୍ମୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ । ତେଣୁ ଗ୍ରାମର ପ୍ରଧାନ ଏହି ମାମଲାକୁ ନେଇ ଜିଲ୍ଲା ଅଧିକାରୀଙ୍କ ପାଖରେ ପହଞ୍ଚିଛନ୍ତି । ଏହାପରେ ମାମଲାର ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି । ଅଭିଯୋଗ ପରେ ଯେତେବେଳେ ମାମଲା ସାମ୍ନାକୁ ଆସିଲା, ସିଡିଏ ଏହି ଘଟଣାର ତଦନ୍ତକୁ ଡିଆରପିଏକୁ ହସ୍ତାନ୍ତର କରିଥିଲା। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା ବେଳେ ସିଡିଏ ସ୍ୱୀକାର କରିଛି ଯେ ଏକ ଭୁଲ ହେତୁ ଏହା ଘଟିଛି। କୁମାରୀ ଝିଅମାନଙ୍କର ତଥ୍ୟ ଡିଲିଟ କରାଯାଇଛି ବୋଲି ସେ କହିଛନ୍ତି।