ଓଡ଼ିଶା ଭାସ୍କର: ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱ ମାନଙ୍କ ପାଇଁ ମିଳିଛି ଆଉ ଏକ ସମ୍ମାନ । ପ୍ରତ୍ୟେକ ମାସ ପଦ୍ମ ବିଜେତାଙ୍କୁ ୩୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ ସରକାର । ସମ୍ମାନ ସୂଚକ ସହାୟତା ରାଶି ଭାବରେ ପଦ୍ମ ସମ୍ମାନିତ ମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ଘୋଷଣା ହୋଇଯାଇଛି । ରାଜ୍ୟରେ ବର୍ତ୍ତମାନ ମୋଟ ୫୫ ଜଣ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିତ୍ୱ ରହିଛନ୍ତି । ଓଡ଼ିଶାର ଏହି ୫୫ ଜଣ ଜୀବିତ ପଦ୍ମ ବିଜେତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।