(video) ଲଜ୍ଜା… କେମିତି ବିଚ୍ ରାସ୍ତାରେ ଏମିତି କରିବାକୁ ବିବେକ ଦେଲାନି ବାଧା ? ନିଶା ଯୋଗୁ ବାବୁଙ୍କୁ ଚାକିରିରୁ ମିଳିଲା ବ୍ରେକ
ଆଗ୍ରା: ଚୋରକୁ ଧରିବା ପୋଲିସର କର୍ତ୍ତବ୍ୟ । କିନ୍ତୁ ଯେତେବେଳେ ପୋଲିସ ନିଜେ ଚୋରି କରିବ ତାକୁ କିଏ ଧରିବ? ଏହା ଏକ ବଡ଼ ପ୍ରଶ୍ନ ଯାହାର ଉତ୍ତର ହୁଏତ କୋଚିତ୍ କେତେଜଣ ଦେଇପାରିବେ । ଦିଲ୍ଲୀର ଆଗ୍ରାରେ ଏମିତି ଏକ ଘଟଣା ଘଟିଛି ଯାହା ଗୋଟିଏ ସାଧାରଣ ଲୋକକୁ ଚିନ୍ତାରେ ପକାଇଦେବ ନିଶ୍ଚୟ । ବିଚ୍ ରାସ୍ତାରେ ପୋଲିସ ବାବୁ ପରିସ୍ରା କରି ଏବେ ସହରର ମୁଖ୍ୟ ଖବର ପାଲଟିଛନ୍ତି । ନାମ ତାଙ୍କର ବବୁଲ ଗୌତମ । ଆଗ୍ରା ସଦର ପୋଲିସ ଷ୍ଟେଶନ ଅଧିନରେ ଆସୁଥିବା ସହୀଦ ନଗର ପୋଲିସ ଆଉଟ୍ ପୋଷ୍ଟରେ ଘଟିଯାଇଛି ଏ ଘଟଣା । ଗୌତମ ନିଶାଶକ୍ତ ଅବସ୍ଥାରେ ଥିଲେ । ହଠାତ୍ ରାସ୍ତା ମଝିକୁ ଯାଇ ପ୍ୟାଣ୍ଟ ଚେନ୍ ଖୋଲି ପରିସ୍ରା କରିବାକୁ ଲାଗିଲେ । ଯାହା ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ଅସୁବିଧା ସୃ୍ଷ୍ଟି କରିଥିଲା । କଥା ଏତିକିରେ ସରିନି, ରାସ୍ତାରେ ଯାଉଥିବା ବାଟୋଇ ଏବଂ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଗୌତମଙ୍କ ଭିଡିଓ ଉତ୍ତୋଳନ କରିଥିଲେ । ଯେଉଁଥିରେ ତାଙ୍କର କୌଣସି ଅସୁବିଧା ନ ଥିଲା । ଏ ନେଇ ସେ କାହାରିକୁ ବାରଣ ମଧ୍ୟ କରୁ ନ ଥିଲେ । ସେ ସମୟରେ ଗୌତମ ଅଫ୍ ଡୁ୍ୟଟି ଥିଲେ । କିନ୍ତୁ ୟୁନିଫର୍ମ ପିନ୍ଧିଥିଲେ । ତେବେ ସୋସିଆଲ ମିଡିଆରେ ଗୌତମଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ବିଭାଗ ତାଙ୍କ ବିରୋଧରେ କଠୋର ହୋଇଛି । ଗୌତମଙ୍କ ଦ୍ୱାରା କରାଯାଇଥିବା ନିନ୍ଦନୀୟ କାର୍ଯ୍ୟ ପାଇଁ ତାଙ୍କ ନିଲମ୍ବନ କରାଯାଇଛି । ପୋଲିସ କମିଶନର ଆଗ୍ରା ପକ୍ଷରୁ ଏକ୍ସରେ ଏକ ପୋଷ୍ଟ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ପୋଲିସ ଟିମ୍ ଘଟଣାର ଯାଞ୍ଚ କରୁଥିବା କୁହାଯାଇଛି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ପୋଲିସ ବାବୁଙ୍କ ଭିଡିଓକୁ ଦେଖିବା ପରେ ଗୌତମଙ୍କୁ କଡ଼ା ଦଣ୍ଡ ଦେବା ଲାଗି ଅନେକ ୟୁଜର୍ସ ନିଜ ମତ ପ୍ରକାଶ କରିଛନ୍ତି ।
मुझे तो लग रहा साहब ने थोड़ी सी ली है आपको क्या लग रहा ?
खैर यह वीडियो आगरा के शहीदनगर चौकी का है और साहब का नाम बबलू कुमार है
Vc –@madanjournalist pic.twitter.com/M9MSrdLXoC
— Priya singh (@priyarajputlive) November 11, 2024