ମାତ୍ର ଅଧ ଘଣ୍ଟାରେ ଦିଲ୍ଲୀରୁ ପହଞ୍ଚିଯିବେ ଆମେରିକା? ଏଲନ ମସ୍କଙ୍କର କଲେ ଏହି ପ୍ଲାନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଏବଂ ପୂର୍ବତନ ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ବିଜୟ ହାସଲ କରିଛନ୍ତି । ଜାନୁଆରୀରେ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେ ଅରବପତି ଏଲନ ମସ୍କଙ୍କୁ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିର ଦାୟିତ୍ୱ ପ୍ରଦାନ କରିଛନ୍ତି । ନିର୍ବାଚନରେ ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ସମର୍ଥନ କରୁଥିଲେ ଏବଂ ଜୋରସୋରରେ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ବର୍ତ୍ତମାନ କୁହାଯାଉଛି ଯେ, ନୂଆ ସରକାରରେ ମସ୍କ ଅନେକ ନୂଆ ଜିନିଷର ଆରମ୍ଭ କରିପାରନ୍ତି । ଏଥିରେ ତାଙ୍କର କମ୍ପାନୀ ସ୍ପେସଏକ୍ସ ମାଧ୍ୟମରେ ଯାତ୍ରା କରିବାର ପଦ୍ଧତି ପରିବର୍ତ୍ତନ ମଧ୍ୟ ସାମିଲ ଅଛି । ଏହାଦ୍ୱାରା ଦୁନିଆର ଯେକୌଣସି ମୁଖ୍ୟ ସହରରେ ଏକ ଘଣ୍ଟାରୁ କମ ସମୟରେ ପହଞ୍ଚି ପାରିବେ । ଦିଲ୍ଲୀରୁ ଆମେରିକାରେ ମାତ୍ର ଅଧ ଘଣ୍ଟାରେ ପହଞ୍ଚିପାରିବେ ଯାତ୍ରୀ ।

ସ୍ପେସଏକ୍ସର ଷ୍ଟେନଲେସ ଷ୍ଟିଲରୁ ତିଆରି ହୋଇଥିବା ଷ୍ଟାରସିପ ସାହାଯ୍ୟରେ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାତ୍ର କିଛି ସମୟରେ ପହଞ୍ଚିପାରିବେ । ଏହି ସ୍ପେସକ୍ରାଫ୍ଟ ପାଖାପାଖି ୩୯୫ ଫୁଟ ଲମ୍ବା ଏବଂ ଖୁବ ଦ୍ରୁତଗତିରେ ଚାଲିବ । ବିବେକ ରାମସ୍ୱାମୀଙ୍କ ସହ ଡିଓଜିଇର ନେତୃତ୍ୱ ନେବାକୁ ଯାଉଥିବା ମସ୍କ କହିଛନ୍ତି ଯେ, ତାଙ୍କ ଷ୍ଟାରସିପ ରକେଟରେ ପୃଥିବୀରୁ ମହାକାଶ ଯାତ୍ରା କରିବାର ଯୋଜନା ବର୍ତ୍ତମାନ ଟ୍ରମ୍ପଙ୍କ ନିର୍ବାଚନରେ ମିଳିଥିବା ବିଜୟ ପରେ ସମ୍ଭବପର ଅଟେ । ରିପୋର୍ଟ ମୁତାବକ, ଏହି ଯୋଜନା ବିଷୟରେ ସ୍ପେସଏକ୍ସ ହାରାହାରି ଏକ ଦଶନ୍ଧି ପୂର୍ବରୁ ହିଁ କଳ୍ପନା କରିସାରିଥିଲେ । ଏଥିରେ ହଜାର ହଜାର ଯାତ୍ରୀମାନଙ୍କୁ ବସିବାକୁ ସ୍ଥାନ ରହିବ ଏବଂ ଏହା ପୃଥିବୀରେ ଥିବା ସବୁଠୁ ଶକ୍ତିଶାଳୀ ରକେଟ ଭଳି ହେବ ।