(Video) ଇଏ ଖୁସିର ଲୁହରେ ପାଗଳ… ସିରିଜ ବିଜୟ ପରେ କାନ୍ଦିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଦମଦାର ଷ୍ଟାଇଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ଟିମ ଇଣ୍ଡିଆ । ଟି-୨୦ ସିରିଜରେ ହାସଲ କରିଛି ବିସ୍ଫୋରକ ବିଜୟ । ଶେଷ ମ୍ୟାଚରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ଶତକ ପରେ ଦମଦାର ବୋଲିଂ ୟୁନିଟ ଭାରତକୁ ୩-୧ରେ ସିରିଜ ବିଜୟ କରାଇଛି । ୨ଟି ମ୍ୟାଚରେ ଫ୍ଲପ ହେବା ପରେ ସଞ୍ଜୁ ଚତୁର୍ଥ ମ୍ୟାଚରେ ଶତକ ହାସଲ କରିଥିବା ବେଳେ ତିଲକ ବର୍ମା ଲଗାତାର ଦୁଇଟି ମ୍ୟାଚରେ ଶତକ ହାସଲ କରିଛନ୍ତି । ଏହାପରେ ଟିମ ଇଣ୍ଡିଆ ଡ୍ରେସିଙ୍ଗ ରୁମରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଡ୍ରେସିଙ୍ଗ ରୁମରେ ଅଧିନାୟକ ସୂର୍ଯ୍ୟକୁମାର କାନ୍ଦୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ଚତୁର୍ଥ ମ୍ୟାଚରେ ତିଲକ ବର୍ମାଙ୍କ ୩ ନମ୍ବରରେ ବ୍ୟାଟିଂ କରିବାକୁ ପଠାଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତୃତୀୟ ମ୍ୟାଚ୍ ପରେ ଚତୁର୍ଥ ମ୍ୟାଚରେ ମଧ୍ୟ ତିଲକ ବର୍ମା ଦମଦାର ଶତକ(୧୨୦) ହାସଲ କରି ଅଧିନାୟକଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣ କରିଛନ୍ତି । ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଇମୋସନାଲ ହୋଇ ଯାଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଦ୍ୱିତୀୟ ଟି-୨୦ ପରେ ତିଲକ ସୂର୍ଯ୍ୟକୁମାରଙ୍କୁ ୩ ନମ୍ବରରେ ଖେଳିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସୂର୍ଯ୍ୟକୁମାର ମଧ୍ୟ ତାଙ୍କୁ ଏହି ସୁଯୋଗ ଦେଇଥିଲେ, ଯାହାର ଫାଇଦା ଉଠାଇଛନ୍ତି ତିଲକ ବର୍ମା । ୩ ନମ୍ବରରେ ବ୍ୟାଟିଂ କରି ଲଗାତାର ଦୁଇଟି ମ୍ୟାଚରେ ସ ୨ଟି ବିସ୍ଫୋରକ ଶତକ ହାସଲ କରିଛନ୍ତି ।

ତେବେ ଶେଷ ଟି-୨୦ ମ୍ୟାଚରେ ପ୍ରଥମ ଇନିଂସ ଶେଷ କରି ପାଭିଲିୟନ ଫେରୁଥିଲେ ସଞ୍ଜୁ ସାମସନ ଏବଂ ତିଲକ ବର୍ମା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବଙ୍କ ଆଖିରେ ଲୁହ ଦେଖାଯାଇଛି । ଉଭୟ ବ୍ୟାଟରଙ୍କୁ ସ୍ୱାଗତ କରିବା ସହ ସେ ନିଜ ଲୁହ ଲଚାଉଥିବାର ଭିଡିଓରେ ଦେଖିବାକୁ ମିଳିଛି । ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଏବଂ ନିଜ ନିଷ୍ପତ୍ତି ପାଇଁ ଗର୍ବ କରୁଥିବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।