ଭୁବନେଶ୍ବର: ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି । ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା । ପ୍ରକାଶଥାଉକି, ଆଜି ଫର୍ମ ପୂରଣର ଶେଷ ତାରିଖ ରହିଥିବା ବେଳେ ଏହାକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆସନ୍ତା 25 ତାରିଖ ଯାଏଁ କରିପାରିବେ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍ରେ ଫର୍ମ ଫିଲ୍ଅପ୍ କରିବେ। ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା ।