ଶନି ଏବଂ ସୂର୍ଯ୍ୟଙ୍କର ଦୁର୍ଲଭ ସଂଯୋଗ: ବଢିପାରେ ଏହି ରାଶିମାନଙ୍କର ସମସ୍ୟା, ଜାଣନ୍ତୁ ପ୍ରତିକାର

ଓଡ଼ିଶା ଭାସ୍କର: ସୂର୍ଯ୍ୟ ଏବଂ ଶନିଙ୍କର ଏକ ସାଙ୍ଗରେ ଚାଲ୍ ବଦଳିଛି । ୧୫ ନଭେମ୍ବରରେ ଶନି କୁମ୍ଭ ରାଶିରେ ସ୍ଥିତି ପରିବର୍ତ୍ତନ କରିଛନ୍ତି । ଏଥିସହ ୧୬ ନଭେମ୍ବରରେ ସୂର୍ଯ୍ୟ ବିଛା ରାଶିରେ ଗୋଚର କରିଛନ୍ତି । ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁଯାୟୀ, ସୂର୍ଯ୍ୟ-ଶନିଙ୍କ ମଧ୍ୟରେ ଦୁର୍ଲଭ ସଂଯୋଗରେ ୪ଟି ରାଶିଙ୍କର ବଢିପାରେ ଅସୁବିଧା । ଆସନ୍ତୁ ଏହି ରାଶିମାନଙ୍କ ବିଷୟରେ ଜାଣିବା ।

ମିଥୁନ: ବୈବାହିକ ଏବଂ ପାରିବାରିକ ଜୀବନରେ ବାଧା-ବିଘ୍ନ ଦେଖାଦେଇପାରେ । ସଂପର୍କୀୟମାନଙ୍କ ସହ ସଂପର୍କ ଖରାପ ହୋଇପାରେ । ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ସିଂହ: ସ୍ୱାସ୍ଥ୍ୟ ଏବଂ କ୍ୟାରିୟର ମାମଲାରେ ସାବଧାନ ରୁହନ୍ତୁ । ସଂପର୍କୀୟ ମାନଙ୍କ ସହ ସମସ୍ୟା ହୋଇପାରେ । କ୍ୟାରିୟର ଏବଂ ଜୀବନରେ ଅନେକ ଜିନିଷ ପରିବର୍ତ୍ତନ ହେବ ।

ତୁଳା: କ୍ୟାରିୟର ଏବଂ ସ୍ଥାନରେ ଅଚାନକ ପରିବର୍ତ୍ତନ ହୋଇପାରେ । ବ୍ୟର୍ଥ ଚିନ୍ତା ଏବଂ ସମସ୍ୟାମାନର ସମ୍ଭାବନା ଦେଖିବାକୁ ମିଳୁଛି । ଭାଇ-ଭଉଣୀ ସଂପର୍କ ଖରାପ ହୋଇପାରେ ।

କୁମ୍ଭ: ଶନିଦେବ ଏହି ରାଶିରେ ସ୍ଥିତି ପରିବର୍ତ୍ତନ କରିଛନ୍ତି । ଆପଣଙ୍କୁ ଧନ ଲଭ ପାଇଁ ବହୁତ କଷ୍ଟ କରିବାକୁ ପଡିବ । ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତିରେ ସମସ୍ୟାମାନ ରହିବ । ବୈବାହିକ ଜୀବନକୁ ଦୃଷ୍ଟିରେ ରଖନ୍ତୁ । ପାର୍ଟନର ସହ ମତଭେଦ ଦେଖାଦେଇପାରେ । ଶତ୍ରୁ ଏବଂ ବିରୋଧୀ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇପାରନ୍ତି ।

ମୀନ: କ୍ୟାରିୟର ଏବଂ ଧନର ସମସ୍ୟା ହୋଇପାରେ । ବଡ଼ କାମ ଏବଂ ବଡ଼ ନିଷ୍ପତ୍ତି ନେବାରେ ସାବଧାନତା ଅବଲମ୍ବନ କରନ୍ତୁ । ଶିକ୍ଷା ଏବଂ କ୍ୟାରିୟରରେ ବାଧା ଉପୁଜିପାରେ ।