ଆସନ୍ତା ୨୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ

ଭୁବନେଶ୍ୱର: ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ କରିବା ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ଆସନ୍ତା ୨୪ରୁ ୨୭ ଯାଏଁ କେନ୍ଦ୍ରୀୟ ଟିମ୍ ‘ଦାନା’ କ୍ଷୟକ୍ଷତିର ଆକଳନ କରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି. କେ ରାୟଙ୍କ ନେତୃତ୍ୱରେ ଆସିବ ୭ ଜଣିଆ ଟିମ୍ । ଏହି ଟିମ୍ କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ । ଆସନ୍ତା ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବ ଟିମ୍ । ୨୬ ତାରିଖ ଦିନ ଭୁବନେଶ୍ୱରରେ ଅଧିକାରୀଙ୍କ ସହ ମିଟିଂ କରିବେ । ଏହା ବ୍ୟତୀତ କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି କହିଛନ୍ତି ସୁରେଶ ପୂଜାରୀ ।