ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବର୍ଡର ଗାଭାସ୍କର ଟ୍ରଫି । ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଅନୁପସ୍ଥିତ ରହିଛନ୍ତି । ତେଣୁ ଅଧିନାୟକ ଭାର ଗ୍ରହଣ କରିଛନ୍ତି ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ପ୍ରଥମ ଟେଷ୍ଟରେ ଟସ୍ ଜିତି ବୁମରାହ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଟିମ ଇଣ୍ଡିଆ ଏକ ଆଶ୍ଚର୍ଯ୍ୟକର ପ୍ଲେଇଙ୍ଗ-୧୧ ସହ ମଇଦାନକୁ ଓହ୍ଲାଇଛି । ଦଳରେ ଅନେକ କିଛି ପରିବର୍ତ୍ତନ ସହ ବୁମରାହ ପଡ଼ିଆକୁ ଫେରିଛନ୍ତି । ତେବେ ମ୍ୟାଚରେ ୨ ଜଣ ଖେଳାଳିଙ୍କ ଡେବ୍ୟୁ କରିବାର ସୁଯୋଗ ମିଳିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିଜ ପେସ୍ ଆଟାକ ଉପରେ ଅଧିକ ଫୋକସ୍ କରିଛି । ତେଣୁ ୪ଜଣ ପେସ୍ ବିକଳ୍ପ ସହିତ ଜଣେ ସ୍ପିନରଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ପ୍ଲେଇଙ୍ଗ-୧୧ରୁ ଆକାଶଦୀପ ବାଦ୍ ପଡ଼ଇଛନ୍ତି । କିନ୍ତୁ ଦଳର ୨ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦେଇଛନ୍ତି ଅଧିନାୟକ ବୁମରାହ । ତାଙ୍କ ସ୍ଥାନରେ ଫାଷ୍ଟ ବୋଲିଂ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଏବଂ ପେସ୍ ବୋଲର ହର୍ଷିତ ରାଣାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଛି । ଏହାବ୍ୟତୀତ ଦେବଦତ୍ତ ପାଡିକ୍କଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି । ତେବେ ସ୍ପିନ ବିଭାଗରେ କେବଳ ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇଛନ୍ତି ।
Three debutants across the two teams in Perth for the opening #AUSvIND Test 📝
More 👉 https://t.co/vGjR1dZqlt#WTC25 pic.twitter.com/EHl36SUf9W
— ICC (@ICC) November 22, 2024
ଟିମ ଇଣ୍ଡିଆ ନିଜ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଥିବା ବେଳେ ବ୍ୟାଟିଂ ବିଭାଗରେ ସାମାନ୍ୟ ଦୁର୍ବଳ ମନେ ହେଉଛି । କେ.ଏଲ ରାହୁଲ ବର୍ତ୍ତମାନ ନିଜ ଫର୍ମକୁ ନେଇ ଚିନ୍ତାରେ ରହିଥିବା ବେଳେ ବିରାଟ କୋହଲି ମଧ୍ୟ ବଡ଼ ଇନିଂସ ଅପେକ୍ଷାରେ ରହିଛନ୍ତି । ଦେବଦତ୍ତ ପାଡିକ୍କଲଙ୍କ ଅଭିଜ୍ଞତା(କମ୍) ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଅନ୍ୟପକ୍ଷରେ ଧ୍ରୁବ ଜୁରେଲ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ଟେଷ୍ଟ ଖେଳିବାକୁ ଯାଉଛନ୍ତି । ତେଣୁ ଦଳକୁ ପ୍ରଥମେ ଏକ ଭଲ ଓପନିଙ୍ଗ ପାର୍ଟନରସିପ୍ କରିବାକୁ ହେବ । ଏହାପରେ ରାହୁଲ, ବିରାଟ ଏବଂ ଋଷଙ୍କ ଭଳି ସିନିୟର ଖେଳାଳିଙ୍କ ପାଖରୁ ବଡ଼ ଇନିଂସ ଆଶା କରୁଛି ଟିମ ଇଣ୍ଡିଆ ।
🚨 Toss & Team News from Perth 🚨
Jasprit Bumrah has won the toss & #TeamIndia have elected to bat in the first Test.
Nitish Kumar Reddy & Harshit Rana make their Test debuts 🧢🧢 for India.
A look at our Playing XI 🔽
Live ▶️ https://t.co/gTqS3UPruo#AUSvIND |… pic.twitter.com/HVAgGAn8OZ
— BCCI (@BCCI) November 22, 2024
ପ୍ରଥମ ଟେଷ୍ଟରେ ପ୍ଲେଇଙ୍ଗ-୧୧: କେ.ଏଲ ରାହୁଲ, ଯଶସ୍ୱୀ ଜଏସ୍ୱାଲ, ଦେବଦତ୍ତ ପାଡିକ୍କଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଜଶପ୍ରୀତ ବୁମରାହ(ଅଧିନାୟକ), ମହମ୍ମଦ ସିରାଜ ।
1st TEST. Australia XI: U Khawaja, N McSweeney, M Labuschagne, S Smith, T Head, M Marsh, A Carey(wk), M Starc, P Cummins(c), N Lyon, J Hazlewood. https://t.co/dETXe6cqs9 #AUSvIND
— BCCI (@BCCI) November 22, 2024
ଅଷ୍ଟ୍ରେଲିଆ ପ୍ଲେଇଙ୍ଗ-୧୧: ଉସମାନ ଖ୍ୱାଜା, ନାଥନ ମ୍ୟାକସ୍ୱୀନୀ, ମାର୍ନସ ଲାବୁସେନ୍, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କେରୀ, ପ୍ୟାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ ହାଜେଲଉଡ ।