ମହାରାଷ୍ଟ୍ର ସିଏମ Suspense ଭିତରେ ଆସିଲା ଶପଥ ଗ୍ରହଣ ତାରିଖ, ୱାନଖେଡେ ଷ୍ଟାଡିୟମରେ ହେବ ଭବ୍ୟ ଆୟୋଜନ

ମୁମ୍ବାଇ- ମହାରାଷ୍ଟ୍ରରେ ମହାଯୁତିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ତିନି ପ୍ରମୁଖ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକେଇଥିବା ବେଳେ ସୋମବାର ଅର୍ଥାତ୍ ୨୫ ନଭେମ୍ବରକୁ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଉତ୍ସବ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ତେବେ ଏହି ନିର୍ବାଚନରେ ବିଜେପି ରାଜ୍ୟର ୨୮୮ ସିଟ ଭିତରୁ ୧୩୨ ସିଟ ହାତେଇ ନିଜ ଆଧିପତ୍ୟ ଜାହିର କରିଛି । ବିଜେପି ୧୪୮ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା ସିନ୍ଦେ ଗୋଷ୍ଠୀ ୫୭ ସିଟ ଜିତିଛି ଓ ଏନସିପିର ଆଜିତ ଗୋଷ୍ଠୀକୁ ୪୧ ସିଟ ମିଳିଛି । ପୁଣି ମହାଯୁତି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇନାହିଁ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କୁ ମେଣ୍ଟ ରିପିଟ କରିବ, ଏମିତି କୌଣସି ସଙ୍କେତ ମିଳିନାହିଁ । ସେପଟେ ଅଜିତ ପାଓା୍ୱର ଆଉ ଉପମୁଖ୍ୟମନ୍ତ୍ରୀ ନୁହେଁ, ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି ।

ଏମିତି ସମୟରେ ତିନି ଦଳରେ ସର୍ବାଧିକ ସିଟ ହାତେଇଥିବା ବିଜେପି ତାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡଣବିସ ସିଏମ ପଦକୁ ନେଇ ଶେଷ ନିଷ୍ପତ୍ତି ତିନି ସହଯୋଗୀ ଦଳର ରାଷ୍ଟ୍ରୀୟ ନେତୃତ୍ୱଙ୍କ ଉପରେ ଛାଡିଦେଇଥିବା କହିଛନ୍ତି । ଦେବେନ୍ଦ୍ରଙ୍କ ବୟାନ ପରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାରୀ ଜାହିର କରିବା ପରି ମନେ ହେଉଛି ।

୨୦ ନଭେମ୍ବର ବିଧାନସଭା ନିର୍ବାଚନ କାଳରେ ବିଜେପି ନିଜ ରାଜନୈତିକ ଆଧାରକୁ ମଜବୁତ କରିଥିବା ଓ ନିଜ ସହଯୋଗିଙ୍କୁ ଏକଜୁଟ କରି ନିର୍ବାଚନ ଲଢିଥିବା ଦର୍ଶାଇଥିଲା । ବିଜେପି ପ୍ରଥମରୁ ନିଜ ମେଣ୍ଟର ବିଜୟକୁ ନେଇ ଆଶାବାଦୀ ଥିଲା । ହେଲେ କିଛି ଏକଜିଟ ପୋଲ ଫଳାଫଳକୁ ୧୦-୨୦ ପରି ଦର୍ଶାଇଥିଲେ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୪୫ ଥିବା ବେଳେ ମହାଜୁତି ଏହି ସଂଖ୍ୟା ପାର କରିଯାଇଛି । ଏପରି ସ୍ଥିତିରେ ରାଜ୍ୟରେ ବିଜେପିର ପଲା ଭାରି ରହିଛି । ତେଣୁ ଫଡଣବିସ ହିଁ ପରବର୍ତ୍ତୀ ସିଏମ ହେବେ ବୋଲି ଅନୁମାନ କରାଯାଉଛି ।