ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ନୂଆ ଦଳ ଗଢୁଛି ଚେନ୍ନାଇ ସୁପର କିଙ୍ଗସ । ପୁଣିଥରେ ଦଳର ପୁରୁଣା ଖେଳାଳିଙ୍କୁ ଏକାଠି କରିବାକୁ ଯାଉଛି ସିଏସକେ । ୧୦ ବର୍ଷ ପରେ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଚେନ୍ନାଇ ଦଳରେ ସାମିଲ କରିଛି । ଆସନ୍ତା ସିଜନରେ ଅଶ୍ୱୀନ ପୁଣିଥରେ ୟେଲୋ ଜର୍ସିରେ କମବ୍ୟାକ କରିବାକୁ ଯାଉଛନ୍ତି । ପୁଣିଥରେ ଆଇପିଏଲରେ ଦେଖିବାକୁ ମିଳିବ ଅଶ୍ୱୀନ-ଜାଡେଜାଙ୍କ ଯୋଡ଼ି । ମାହିଙ୍କ ସହ ଅଶ୍ୱୀନ ଏବଂ ଜାଡେଜା ପୁଣିଥରେ ଦଳକୁ ମଜବୁତ କରିବା ସହ ଟ୍ରଫି ଜିତାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।
Thirumbi Vandhutennu Sollu! 😎💛#SuperAuction #UngalAnbuden @ashwinravi99 pic.twitter.com/GzBpJGX23L
— Chennai Super Kings (@ChennaiIPL) November 24, 2024
ଆଇପିଏଲ-୨୦୨୫ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ରିଲିଜ କରିଥିଲା ରାଜସ୍ଥାନ ରୋୟଲ୍ସ । ଏହାବ୍ୟତୀତ ଅଶ୍ୱୀନଙ୍କ ନିଲାମ ସମୟରେ ଦଳ ପାଖରେ ଆରଟିଏମ ମଧ୍ୟ ଉପଲବ୍ଧ ରହିନଥିଲା । ତେଣୁ ଅଶ୍ୱୀନଙ୍କୁ ହାତଛଡ଼ା କରିଛି ରାଜସ୍ଥାନ ରୋୟଲ୍ସ । ଅଶ୍ୱୀନଙ୍କ ସହିତ ଦଳର ପୂବତନ କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ନିଜ ଦଳରେ ସାମିଲ କରିଛି । ଆଗାମୀ ସିଜନ ପାଇଁ ଚେନ୍ନାଇ ଅଶ୍ୱୀନଙ୍କୁ ୯.୭୫ କୋଟିରେ ସାମିଲ କରିଥିବା ବେଳେ ରଚିନ ରବିନ୍ଦ୍ରଙ୍କୁ ୪ କୋଟିରେ ଦଳରେ ସାମିଲ କରିଛି ସିଏସକେ । ତେବେ ୨୦୧୫ ମସିହାରେ ଅଶ୍ୱୀନ ଶେଷ ଥର ପାଇଁ ଚେନ୍ନାଇ ପକ୍ଷରୁ ଖେଳିଥିଲେ । ତେଣୁ ୧୦ ବର୍ଷ ପରେ ପୁଣିଥରେ ଅଶ୍ୱୀନ ୟେଲୋ ଜର୍ସିରେ କମବ୍ୟାକ କରିବାକୁ ଯାଉଛନ୍ତି ।
Retained in Yellove! Spinning back to Anbuden again! 💛#SuperAuction #UngalAnbuden 🦁💛 pic.twitter.com/34p9nVTMmn
— Chennai Super Kings (@ChennaiIPL) November 24, 2024