ନୂଆଦିଲ୍ଲୀ: ଅନେକ ସମୟ ଚୁପ ରହିବା ପରେ ନିଲାମରେ ବଡ଼ ଖେଳାଳିଙ୍କୁ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ୨୦୨୫ ପାଇଁ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଜୋଫ୍ରା ଆର୍ଚର, ଇଶାନ କିଶାନ ଭଳି ଖେଳାଳିଙ୍କ ହାତ ଛାଡ଼ିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ କରିଛି ହାର୍ଦ୍ଦିକ ସେନା । ଜଶପ୍ରୀତ ବୁମରାହଙ୍କ ସହ ଟ୍ରେଣ୍ଟ ବୋଲ୍ଟଙ୍କ ବୋଲିଂ ଆଟାକ ଅନ୍ୟ ଦଳମାନଙ୍କ ପ୍ରତି ବିପଦ ସାଜିପାରେ ।
ବୋଲ୍ଟଙ୍କୁ ଦଳରେ ସାମିଲ କରିବା ପାଇଁ ନିଲାମୀରେ ରାଜସ୍ଥାନ ରୋୟଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ୧୨.୫ କୋଟି ବିନିମୟରେ ନିଜ ଦଳରେ ସାମିଲ କରିଛି । ଏହାପୂର୍ବରୁ ଆଇପିଏଲ-୨୦୨୦ରେ ମୁମ୍ବାଇ ତରଫରୁ ଖେଳିଥିଲେ ଟ୍ରେଣ୍ଟ ବୋଲ୍ଟ । ଏହି ସିଜନରେ ମୁମ୍ବାଇ ଚମ୍ପିଆନ୍ ହୋଇଥିବା ବେଳେ ସେ ଏଥିରେ ଏକ ପ୍ରମୁଖ ଭୂମିକା ତୁଲାଇଥିଲେ ।