ୱାଶିଂଟନ୍: ପ୍ରତ୍ୟେକ ଲୋକଙ୍କ ଘରେ ସ୍ମାର୍ଟଫୋନ୍ ଆଭଲେବଲ । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଫୋନର ବ୍ୟବହାର ଅଳ୍ପେ ବହୁତେ କରୁଛନ୍ତି । ଅନେକ ସମୟରେ ମନୋରଞ୍ଜନ ପାଇଁ ଆମେ ଫେସବୁକ, ଇନଷ୍ଟାଗ୍ରାମ ଆଦିର ବ୍ୟବହାର କରୁ । ବେଳେବେଳେ ଦେଖାଯାଏ, ଫୋନ୍ ଚଲାଉଥିବାବେଳେ ଇନଷ୍ଟାରେ କିଛି ଖରାପ କଣ୍ଟେଣ୍ଟ ଚାଲିଆସେ । ବଡ଼ ଲୋକତ ଏହାକୁ ଅଣଦେଖା କରିପାରିବେ କିନ୍ତୁ ପିଲା! ସେମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେବେ ଏ ସବୁ ଅସୁବିଧା ଦୂର କରିବା ପାଇଁ ଏବେ ଇନଷ୍ଟାଗ୍ରାମର ପ୍ୟାରେଣ୍ଟିଂ କମ୍ପାନୀ ମେଟା ନୂଆ ଫିଚର ଉପରେ କାର୍ଯ୍ୟ କରୁଛି । ଯାହା ସାହାଯ୍ୟରେ ଇନଷ୍ଟାଗ୍ରାମ ୟୁଜର୍ସ ଖରାପ କିମ୍ବା ଅରୁଚିକର ପୋଷ୍ଟ ସବୁକୁ ହଟେଇ ପାରିବେ ।
ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ କମ୍ପାନୀ ପକ୍ଷରୁ ଆସିବାକୁ ଯାଉଛି ଏକ ନୂଆ ଫଚର । ସାରା ବିଶ୍ୱରେ ଏ ଫିଚର ବ୍ୟବହାର କରାଯିବାକୁ ନେଇ କମ୍ପାନୀ ପକ୍ଷରୁ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଫିଚର ସାହାଯ୍ୟରେ ରିଲ୍ସ ଓ ପୋଷ୍ଟ ସବୁ ୟୁଜର୍ସଙ୍କ ନିୟନ୍ତ୍ରଣରେ ରହିବ । ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ବ୍ୟକ୍ତି ନିଜ ମତମୁତାବକ ଫିଡ୍ ବାଛିପାରିବାର ସ୍ୱାଧୀନତା ମଧ୍ୟ ଏ ଫିଚର ଦେବ । ଏହାଛଡ଼ା, ୟୁଜର୍ସ ଇନଷ୍ଟା ଆକାଉଣ୍ଟକୁ ରିଭିୟୁ କରିପାରିବେ ଏବଂ ଅନାବଶ୍ୟକ ଆକାଉଣ୍ଟକୁ ଅନଫଲୋ କରିପାରିବେ । ଏଥିପାଇଁ ୟୁଜର୍ସଙ୍କ ସ୍କ୍ରିନରେ ଇଣ୍ଟ୍ରେଷ୍ଟେଡ୍ ଏବଂ ନଟ୍ ଇଣ୍ଟ୍ରେଷ୍ଟ ଅପଶନ ଆସିବ । ରେକୋମେଣ୍ଡେଶନ ପାଇଁ ୟୁଜର୍ସଙ୍କୁ ପୁଣିଥରେ ପର୍ସନାଲାଇଜ କରିବାକୁ ପଡ଼ିବ । ୟୁଜରଙ୍କ ଆଗ୍ରହ ଅନୁସାରେ ସେମାନଙ୍କୁ କଣ୍ଟେଣ୍ଟ ରେକୋମେଣ୍ଡେଶନ୍ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କିଛି ଦେଶରେ ଏ ନେଇ ୟୁଜର୍ସମାନେ ବିଶେଷ ପ୍ରକାର ଟୁଲ୍ସର ବ୍ୟବହାର କରୁଛନ୍ତି । ଯାହା ସାହାଯ୍ୟରେ ସେମାନେ ନିଜ ରୁଚି ମୁତାବକ କେଣ୍ଟେଣ୍ଟର ସେଟିଂ କରି ଏହାର ଫାଇଦା ଉଠାଉଛନ୍ତି । ଖୁବ୍ ଶୀଘ୍ର ଇନଷ୍ଟ୍ରାଗ୍ରାମ ପକ୍ଷରୁ ନୂଆ ଫିଚର ଆସିବ, ଯାହାର ଭରପୁର ଲାଭ ୟୁଜର୍ସମାନେ ଉଠେଇପାରିବେ ।