ପୁରୀ: (ଓଡ଼ିଶା ଭାସ୍କର) ପୁରୀ ଜିଲ୍ଲା ଆନ୍ତର୍ଗତ ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଭବନୀୟ ଘଟଣା । ମଧ୍ୟାହ୍ନ ଭୋଜନ ଖାଇ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସୂଚନା ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ। ଅନେକ ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇଥିଲା। ପ୍ରଥମେ ୪ ଜଣ ପିଲା ବାନ୍ତି କରିଥିଲେ।
ପରେ ଆଉ ୮ ଜଣ ପିଲା ବାନ୍ତି କରିଥିଲେ । ଧୀରେଧୀରେ ଅସୁସ୍ଥ ପିଲାଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲା । ଏହାକୁ ନଜରରେ ରଖି ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ୧୦୮କୁ ଜଣାଇଥିଲେ । ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସୂଚନା ଅନୁସାରେ ଏବେବି ୨୧ ଜଣ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡିଛି ।