ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁର ଧମକ, ମୋଦୀଙ୍କୁ କହିଲା ହିନ୍ଦୁ ଆତଙ୍କୀ ! ଡିଜିପି ସମ୍ମିଳନୀ ଭଣ୍ଡୁର ନେଇ ଆସିଛି ମେଲ୍

ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଧମକ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ 25 ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଏହାସହିତ ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିବା ମଧ୍ୟ ଜଣାପଡିଛି । ଏନେଇ ସାମ୍ବାଦିକ ଜଣକ ପୋଲିସ କମିଶନରଙ୍କୁ ଜଣାଇଥିବା କହିଛନ୍ତି  ।

ସାମ୍ବାଦିକ ଅକ୍ଷୟ ସାହୁଙ୍କ କହିବା ଅନୁିସାରେ, ଆସନ୍ତାକାଲି ଅର୍ଥାତ 1 ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ କେହି ଗମନାଗମନ ଯେଭଳି ନକରନ୍ତୁ ବୋଲି ପନ୍ନୁ ପକ୍ଷରୁ ମେଲ୍ ଆସିଛି । ତେବେ ମେସେଜର କ୍ୟାପ୍ସନ ଓଡିଆରେ ଲୋଖାହୋଇଥିବାରୁ ତାକୁ ନେଇ ସନ୍ଦେହ ବୃଦ୍ଧି ପାଇଛି । କାନାଡା ଖଲିସ୍ତାନୀ  ହୋଇ କିଭଳି ଓଡିଆରେ ଲେଖିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ତେବେ ପନ୍ନୁର ଧମକ ପରେ ଭୁବନେଶ୍ବରରେ ସୁରକ୍ଷା ବଳୟକୁ ବଢାଯାଇଥିବା ଜଣାପଡିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ହିନ୍ଦୁ ଟେରୋରିଷ୍ଟ ବୋଲି କହିଛି ପନ୍ନୁ । ତେବେ କେଉଁ ଓଡିଆ ଲୋକ ପନ୍ନୁକୁ ସହଯୋଗ କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି କୁହାଯାଇଛି । ତେବେ ପନ୍ନୁ ପୂର୍ବରୁ ଏଭଳି ଧମକ ଦେଇଥିବା ବେଳେ ଆଜି ସାମ୍ବାଦିକଙ୍କୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି ।