ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖ (ମଙ୍ଗଳବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ । ରାଷ୍ଟ୍ରପତିଙ୍କର ଏହି ପାଞ୍ଚଦିନିଆ ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମଙ୍ଗଳବାର ଅପରାହ୍ଣ ୨.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିବେ ଓ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ।
ଏହାପରେ ରାଷ୍ଟ୍ରପତି ୫.୩୦ରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବେ । ୬.୨୫ରେ ସେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ୪ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ୯.୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ୯.୫୫ରେ ପୁରୀର ତାଳବଣିଆ ହେଲିପ୍ୟାଡ ପଡ଼ିଆରେ ପହଞ୍ଚିବେ । ଏହାପରେ ୧୦.୦୫ରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୧୦୫୦ରେ ସେ ଗୋପବନ୍ଧୁ ଆୟୁର୍ବେଦିକ କଲେଜର ୭୫ତମ ବାର୍ଷିକୀ ଉତ୍ସବରେ ସାମିଲ ହେବେ ।
ଏହାପରେ ମଧ୍ୟାହ୍ନ ୧୨.୧୦ରେ ରାଷ୍ଟପ୍ରତି ପୁରୀ ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ୩.୫୫ରେ ନୌସେନା ଦିବସରେ ଯୋଗଦେବା ନିମନ୍ତେ ବାହାରିବେ । ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇ ରାଷ୍ଟ୍ରପତି ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ୪.୦୫ରେ ସେ ଏହି କାର୍ଯ୍ୟକ୍ରମରେ ନୌସେନାର କୌଶଳ ପ୍ରଦର୍ଶନ ଓ ପ୍ରତିରକ୍ଷାରେ ବ୍ୟବହାର କରାଯାଉଥିବା ଯୁଦ୍ଧ ସାମଗ୍ରୀ ପ୍ରଦର୍ଶନକୁ ଦେଖିବେ । ୫.୪୫ରେ କାର୍ଯ୍ୟକ୍ରମ ସାରି ୫.୫୫ରେ ରାଜଭବନରେ ରାତ୍ରିଯାପନ କରିବେ । ୫ ତାରିଖ ଦିନ ୯.୫୫ରେ ତାଳବଣିଆ ହେଲିପ୍ୟାଡରୁ ବାହାରି ୧୦.୩୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ । ୧୦.୫୫ରେ ଓୟୁଏଟି କ୍ୟାମ୍ପସର ୪୦ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟାରେ ରାଜଭବନରେ ମଧ୍ୟାହ୍ନଭୋଜନ କରି ୫.୨୦ରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ୬.୩୦ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ୬ ତାରିଖ ସକାଳ ୯.୦୫ରେ ଏଜି ଛକ ସ୍ଥିତ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ୯.୧୫ରେ ସେଠାରେ ମହାନର୍ବ ନିର୍ବାଣ ଦିବସରେ ସାମିଲ ହେବେ । ୧୦.୧୫ରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟରବେସରେ ଅବସରଣ କରିବେ ଓ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ବାଦାମପାହାଡ଼ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୧.୦୫ରେ ଅବତରଣ କରିବେ । ୧୨.୦୫ରେ ରାଷ୍ଟପ୍ରତି ଉପରବେଡା ସ୍ଥିତ ନିଜ ପୈତୃକ ଘରେ ପହଞ୍ଚିବେ । ୧୨.୩୦ରେ ରାଇରଙ୍ଗପୁର ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ଣ ୪.୫୦ରେ ରାଷ୍ଟପ୍ରତି ପୁଣ୍ୟେଶ୍ୱର ଶିବମନ୍ଦିର ଠାରେ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଓ ନିଜ ବାସଭବନକୁ ଆସି ରାତ୍ରିଯାପନ କରିବେ । ଡିସେମ୍ବର ୭ ସକାଳ ୧୦ଟାରେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ୧୦.୪୫ରେ ହେଲିପ୍ୟାଡରେ ପହଞ୍ଚିବେ । ୧୨.୧୫ରେ ବାଙ୍ଗିରିପୋଷି ସଭା ସ୍ଥଳରୁ ପଶ୍ଚିମବଙ୍ଗ ଅଭିମୂଖେ ଯାତ୍ରା କରିବେ । ସେଠାରୁ ସେ ନୂଆଦିଲ୍ଲୀ ଅଭିମୂଖେ ଯାତ୍ରା କରିବେ ।