ଭୂମିକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ଼

ନୂଆଦିଲ୍ଲୀ: ଗୁୁରବାର ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ଼ କରାଯାଇଥିଲା । ଏହି ଭୂମିକମ୍ପ ପରେ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୁନାମୀ ଚେତାବନୀ ଜାରି କରାଯାଇଥିଲା । ପରବର୍ତ୍ତୀ ସରେ ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ(USGS) ପକ୍ଷରୁ ସୁନାମୀ ଆଶଙ୍କା ନଥିବା ସୂଚନା ଦିଆଯାଇଥିଲା । ତଟୀୟ ହମବୋଲ୍ଟ କଣ୍ଟ୍ରି ସ୍ଥିତ ଛୋଟ ସହର ଫର୍ଣ୍ଣଡେଲ(ପଶ୍ଚିମ)ରେ ସ୍ଥାନୀୟ ସମୟ ସକାଳ ୧୦ଟା ୪୪ରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ସୂତ୍ରରୁ ପ୍ରକାଶ ଉତ୍ତର କାଲିଫର୍ଣ୍ଣିଆରେ ଆସିଥିବା ଏହି ଶକ୍ତିଶାଳୀ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଫର୍ଣ୍ଣଡେଲରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ପଶ୍ଚିମ- ଦକ୍ଷିଣ ପଶ୍ଚିମ ଦିଗରେ ୧୦ କିଲୋମିଟର(୬.୨୧ ମାଇଲ) ଗଭୀରତାରେ ଦେଖିବାକୁ ମିଳିଥିଲା । ଏହି ଭୂମିକମ୍ପ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହରୀ ଉଠି ସହର ଆଡ଼କୁ ମାଡ଼ି ଆସିଥିଲା । ଏହା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହା ସହ ଅନେକ ଖୁଣ୍ଟ, ବିଲ୍ଡିଂ ଦୋହୋଲିଥିଲା । ଏହା ପରେ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଥିଲା ।