ଭୁବନେଶ୍ବର: ସକାଳୁ ସକାଳୁ ବୋହିଲା ରକ୍ତର ନଦୀ। ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଝାଡସୁଗୁଡାରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିବା ବେଳେ ହତ୍ୟା ପରେ ବିଲରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ଲଇକେରା ଥାନା ସାଲେଟିକ୍ରା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ତେବେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ କିଏ ଏବଂ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ସୂଚନା ଅନୁସାରେ, ସାଧାରଣ ବଚସାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ରାଜନୈତିକ ଶତ୍ରୁତା ରହିଥିବା ବେଳେ ବଚସା ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଛି । ମୃତକଙ୍କ ନାମ ଜଗତ ରାଜହଂସ ବୋଲି ଜଣାପଡିଥିବା ବେଳେ ପୋଲିସ 2ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ରଜତ ରାତିରେ ପାଖ ଦୋକାନକୁ ଯାଇଥିବା ବେଳେ ସେଠାରେ ଜଣେ ଯୁବକଙ୍କ ସହିତ ପ୍ରଥମେ ବଚସା ହୋଇଥିଲା । ପରେ ଉକ୍ତ ଯୁବତଙ୍କୁ ରଜତ ଚାପୁଡା ମାରିଥିଲେ । ପରେ ଯୁବକ ତାଙ୍କ ସମ୍ପର୍କୀୟଙ୍କ ସହିତ ଆସି ତାଙ୍କୁ ଉଠାଇ ନେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।