କାର୍ କିଣିବାକୁ ଚାହୁଁଛନ୍ତି କି ? ଆଉ ଡେରି କାହିଁକି ଶୀଘ୍ର କିଣିପକାନ୍ତୁ…. କାରଣ ଜାନୁୟାରୀରୁ ବଢ଼ିବ ଚାରିଚକିଆର ଦାମ୍
ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାର କମ୍ପାନୀର କାର୍ ବିକ୍ରି ହେଉଛି । କିଛିଙ୍କ ଚାହିଦା ଅଧିକ ଥିବାବେଳେ ଆଉ କିଛି କମ୍ପାନୀକୁ କମ୍ ପସନ୍ଦ କରାଯାଉଛି । ଭାରେତରେ କିନ୍ତୁ ମାରୁତି ସୁଜୁକିକୁ ପସନ୍ଦ କରୁଥିବା ବହୁଜଣ । ସେଥିପାଇଁ ତ ମାରୁତି ସୁଜୁକି ନେଇ ଆମେ ଆପଣଙ୍କୁ ଦେବାକୁ ଯାଉଛି ବଡ଼ ଖବର । ଆସନ୍ତା ବର୍ଷରୁ ଏହି କମ୍ପାନୀ କାର୍ ଦାମ୍ ବଢ଼େଇବାକୁ ଯାଉଛି । ଏ ନେଇ ମାରୁତି ସୁଜୁକି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଜାନୁୟାରୀ ୧ ତାରିଖରୁ ମାରୁତି ସୁଜୁକି କାର୍ ମୂଲ୍ୟ ୪% ବଢ଼ିଯିବ । ସେହିପରି ଗାଡ଼ି ଏକ୍ସଚେଞ୍ଜ କଲେ ସେମାନଙ୍କୁ ୧.୫% ଅଧିକ ମୂଲ୍ୟ ଦେବାକୁ ପଡ଼ିବ ।
କାରର ଇନ୍ପୁଟ୍ କଷ୍ଟ, ଏବଂ ଅପରେଶନାଲ ଏକ୍ସପେନ୍ସେସ୍ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି କାର୍ ମୂଲ୍ୟ ବଢ଼ାଇବା ନେଇ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଅପେକ୍ଷା ନଭେମ୍ବରରେ ମାରୁତି ସୁଜୁକି ଡିଲରମାନଙ୍କୁ ୧୦% ଅଧିକ କାର୍ ପଠେଇଛି । ଗତମାସରେ କମ୍ପାନୀ ୧,୮୧,୫୩୧ ୟୁନିଟ୍ କାର୍ ବିକ୍ରି କରିଛ ମାରୁତିି । କିନ୍ତୁ ଗତବର୍ଷ ମାରୁତି ସୁଜୁକି ୧,୬୪,୪୩୯ ୟୁନିଟ୍ କାର ବିକ୍ରି କରିଥିଲା । ସେହିପରି ଡୋମେଷ୍ଟିକ୍ କାର ସେଲ ୫.୩% ବଢ଼ି, ୧,୪୧୩୧୨ରେ ପହଞ୍ଚିଛି ।