fbpx

ସିବିଏସଇ ପରୀକ୍ଷା ଫଳ ତାରିଖ ଘୋଷଣା ଖବର ମିଥ୍ୟା

ନୂଆଦିଲ୍ଲୀ, ୯ା୭: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ । ଏଥିସହିତ ବୋର୍ଡ଼ ପକ୍ଷରୁ ଏନେଇ କୌଣସି ଘୋଷଣା ହୋଇନାହିଁ ଓ ସିବିଏସଇ ନାମରେ ଫେକ ନୋଟିସ ଭାଇରାଲ ହୋଇଥିବା ସ୍ପଷ୍ଟ କଲା ବୋର୍ଡ଼ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଖବର ପ୍ରକାଶ ପାଇଥିଲା । ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଓ ୧୩ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିିଥିଲା । cbseresults.nic.in, results.nic.in, cbse.nic.in ଏହି ୱେସାଇଟରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ମଧ୍ୟ କୁହାଯାଇଥିଲା ।

Get real time updates directly on you device, subscribe now.