fbpx

୧୫ ଅଗଷ୍ଟ ସୁଦ୍ଧା ଆସିବ କି ଟୀକା? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜବାବ୍

ନୂଆଦିଲ୍ଲୀ,୯ ।୭: ସାରା ଦୁନିଆରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଟୀକା ଖୋଜା ଚାଲିଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଭାରତ ବାୟୋଟେକ୍ ଓ କ୍ୟାଡିଲା ହେଲଥ କେୟାର ଟୀକା ବିକଶିତ କରୁଛନ୍ତି । ଉଭୟ ଟୀକା ଅନୁମୋଦନ ପରେ ପଶୁ ବିଷାକ୍ତତା ଅଧ୍ୟୟନ ଶେଷ କରିଛି । ପ୍ରଥମେ ଓ ୨ଟି କ୍ଲିନିକାଲ ପରୀକ୍ଷଣ ଯିବାକୁ ଡିସିଜିଆଇ ଏହି ୨ଟି ଟୀକାକୁ ଅନୁମତି ଦେଇଛି ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଭୂଷଣ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାର ପରୀକ୍ଷା କରାଯାଇ ନାହିଁ । କିନ୍ତୁ ଖୁବ୍ ଶୀଘ୍ରର ତାର ପରୀକ୍ଷା କରାଯିବ ବୋଲି ଆଶା କରାଯାଉଛି ।’ ଅନ୍ୟପଟେ ଭାରତ ବାୟୋଟେକ୍ ଚିଠି ମୁତାବକ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ୨୮ ଦିନ ଲାଗିବ । ଯଦି ୧୮ ତାରିଖ ପୂର୍ବରୁ ଟ୍ରାଏଲ ଆରମ୍ଭ ହୁଏ, ତେବେ ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା ଶେଷ ହେବ ।

Get real time updates directly on you device, subscribe now.