ଭୁବନେଶ୍ୱର: ଆଜିକାଲି ଲାଞ୍ଚ ନ ନେଲେ ଯେମିତି କୌଣସି କାମ ହେଉ ନାହିଁ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରିରେ । ଖଣ୍ଡଗିିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । କନିଷ୍ଠ କିରାଣି ଦେବଯାନୀ କର ଜମି କାଗଜପତ୍ର ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଅଫିସ୍ ଯାଞ୍ଚ ବେଳେ ତାଙ୍କ ପାଖରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମିଳିଥିଲା ।