SDM ଗିରଫ: ଦୁଇ ଲକ୍ଷ ଟଙ୍କା ଲାଞ୍ଚ ସହ ମହଙ୍ଗା ଡିନର ସେଟ୍ ନେବା ସମୟରେ ଧରାପଡ଼ିଲେ

ନୂଆଦିଲ୍ଲୀ: ଲାଞ୍ଚ ନେବା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ସମ୍ପୃକ୍ତ ଏସଡିଏମଙ୍କୁ ଗିରଫ କରାଯାଇଛି । ଦୁଇ ଲକ୍ଷ ଟଙ୍କା ସହ ଡିନର ସେଟ୍ ଲାଞ୍ଚ ନେଇ ଏସଡିଏମ୍ ଧରାପଡ଼ିବା ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଣ୍ଟି କରପ୍ସନ ବ୍ୟୁରୋ (ଏସିବି) ଏସଡିଏମଙ୍କୁ ରଙ୍ଗେ ହାଥ ଧରିଥିଲା । ରାଜସ୍ତାନର ଝୁଂଝୁନୁରେ କୋର୍ଟଙ୍କ ଆଦେଶ ଲାଗୁ କରିବା ବଦଳରେ ଦୁଇ ଟଙ୍କା ସହ ମହଙ୍ଗା ଡିନର ସେଟ ଲାଞ୍ଚ ନେବା ସମୟରେ ଏସଡିଏମ୍ ଧରାପଡ଼ିଥିଲେ ।

ଜଣାପଡ଼ିଛି ଯେ, ଏସଡିଏମ୍ ପୂର୍ବରୁ ୨୦ ବୀଘା ଜମି ଲାଞ୍ଚ ମାଗିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ପୀଡ଼ିତ ଏନେଇ ଅସହମତି ପ୍ରକାଶ କରିବା ପରେ ୩ ଲକ୍ଷ ଟଙ୍କା ଲାଞ୍ଚ ନେଇ ଉଭୟପକ୍ଷ ରାଜି ହୋଇଥିଲେ । ଏହି ମାମଲାରେ ଏସିବିର ସ୍ପେଶାଲ ୟୁନିଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଏସଡିଏମ୍ ବଂଶୀଧର ଯୋଗୀଙ୍କୁ ଗିରଫ କରିଛି । ଶ୍ରୀ ଯୋଗୀ ଝୁଂଝୁନୁର କ୍ଷେତଡ଼ୀରେ ଉପଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଏସଡିଏମ୍ ପୀଡ଼ିତଙ୍କ ଠାରୁ ୨ ଲକ୍ଷ ଟଙ୍କା ଓ ମହଙ୍ଗା ଡିନର ସେଟ୍ ଲାଞ୍ଚ ନେବା ସମୟରେ ରଙ୍ଗେ ହାତ ଧରାପଡ଼ିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଏବେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।