ରାୟପୁର- ଛତିଶଗଡ ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ । ସୁରକ୍ଷା ବଳ ପକ୍ଷରୁ ଚାଲିଛି ଜଙ୍ଗଲରେ ସର୍ଚ୍ଚ ଅପରେସନ । ଦକ୍ଷିଣ ଅବୁଝମାଡ ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ସୂଚନା ଦେଲେ ବସ୍ତର ଆଇଜିପି ।
ଆଜି ଭୋରୁ ଛତିଶଗଡ ଅବୁଝମାଡ ଜଙ୍ଗଲରେ ସୁରକ୍ଷା ବଳ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ତରଫରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଦାନ୍ତେୱାଡା- ନାରାୟଣପୁର ସୀମାରେ ହୋଇଛି ଗୁଳି ବିନିମୟ । ପରେ ସେଠାରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ମାଓବାଦୀଙ୍କ ତରଫରୁ କାଉଣ୍ଟର ଆଟାକ ପରେ ସୁରକ୍ଷାବଳ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା । ଏଥିରେ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜିପି ପି ସୁନ୍ଦରାଜ ।
ଏହି ଗୁଳିବିନିମୟରେ କୋଣ୍ଡାଗାଓଁ ଓ ବସ୍ତର ପୋଲିସ ମିଳିତ ଅପରେସନ କରିଥିଲେ । ଏହି ଅପରେସନରେ ଡିଆଇଜି, ଏସଟିଏଫ, ସିଆରପିଏଫ ମଧ୍ୟ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନରେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।