PM Kisan Yojna: ଏ ବର୍ଷ ଆସିବନି ୧୯ତମ କିସ୍ତି? ଅପେକ୍ଷାରେ କୃଷକ, କେବେ ସରକାର ପଠାଇବେ ଯୋଜନାର ପରବର୍ତ୍ତୀ ଟଙ୍କା?
ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman Nidhi Yojna ଅଧୀନରେ କୃଷକମାନଙ୍କୁ ସୁବିଧା ଦିଆଯାଉ। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ତିନି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ। କିନ୍ତୁ ଚଳିତବର୍ଷ ସରକାର ଏହି ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରିବେ ନାହିଁ ବୋଲି ଅନୁମାନ କରାଯାଉଛି ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୮ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୯ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚଳିତବର୍ଷ ପରବର୍ତ୍ତୀ କିସ୍ତି ପାଇପାରିବେ ନାହିଁ କୃଷକ । ଗତ ଅକ୍ଟୋବର ମାସରେ କୃଷକ ଏହି ଯୋଜନାର ୧୮ତମ କିସ୍ତି ଟଙ୍କା ପାଇଛନ୍ତି । ଏହାସହିତ ଚଳିତବର୍ଷ(୨୦୨୪)ରେ ୩ଟି ପର୍ଯ୍ୟାୟର ଟଙ୍କା ପଠାଇ ସାରିଛନ୍ତି ସରକାର । ତେଣୁ ଆଗାମୀ କିସ୍ତି ଆସନ୍ତାବର୍ଷ(୨୦୨୫)ରେ କୃଷକଙ୍କ ଆକାଉଣ୍ଟକୁ ପଠାଯିବ । ତେବେ ଏହି ଯୋଜନାରେ ୧୯ତମ କିସ୍ତି କେବେ ମିଳିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । କିନ୍ତୁ ଆସନ୍ତାବର୍ଷ ଫେବୃଆରୀ ମାସରେ ଏହି ଟଙ୍କା ସରକାର ପଠାଇପାରନ୍ତି ବୋଲି ଆଶା କରାଯାଉଛି ।
ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର eKYC ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୮ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ eKYC କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟକୁ NPCI ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ।
ଅନିୟମିତତା ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି eKYC। ନିୟମ ଅନୁଯାୟୀ, ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ eKYC ବାଧ୍ୟତାମୂଳକ କରାଯାଇଛି, ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। eKYC ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ ଏହି ତିନୋଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ। ଯଦି ଆପଣ ବି PM Kisan Samman Nidhiର ଲାଭାର୍ଥୀ, ତେବେ ସର୍ବପ୍ରଥମେ ଏହି ଜରୁରୀ କାମ କରିନିଅନ୍ତୁ । ନହେଲେ ଆପଣଙ୍କ ଆକାଉଣ୍ଟକୁ ଆସିବନି ଟଙ୍କା ।
କିପରି କରିବେ ଇ-କେୱାଇସି ଅପଡେଟ୍:
- ପ୍ରଥମେ ପିଏମ କିସାନର ଅଫିସିଆଲ ୱେବସାଇଟ pmkisan.gov.in କୁ ଯାଆନ୍ତୁ ।
- ସ୍କ୍ରିନର ଡାହାଣ ପାଖରେ eKYC ଅପ୍ସନ ଦେଖିବାକୁ ମିଳିବ, ଏଥିରେ Click କରନ୍ତୁ
- ଏହାପରେ ଏହି ପେଜ୍ ରେ ନିଜ ଆଧାର କାର୍ଡ ନମ୍ବର ଏଣ୍ଟ୍ରି କରିବାକୁ ପଡ଼ିବ ।
- ଏହାପରେ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ OTP ଆସିବ, ଏହାକୁ ଏଣ୍ଟ୍ରି କରନ୍ତୁ
- ଏହାପରେ ‘Submit’ରେ କ୍ଲିକ କରନ୍ତୁ
- ଏହାପରେ ଆପଣଙ୍କ eKYC ପ୍ରକ୍ରିୟା ଶେଷ ହୋଇପାରିବ ।