ନୂଆଦିଲ୍ଲୀ: ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ ଏହି କମିଟି ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ପାଇଁ ସୁପାରିସ କରିଛି । ‘ୱାନ ନେସନ ୱାନ ଇଲେକ୍ସନ’ ପ୍ରସଙ୍ଗରେ ବିରୋଧୀ ଦଳମାନେ ଲଗାତାର ପ୍ରତିକ୍ରିୟା ଦେଉଛନ୍ତି । ଏ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିଲ୍ ରେ କ’ଣ ଅଛି ଏବଂ ସରକାର ଏହାକୁ କିପରି କାର୍ଯ୍ୟକାରୀ କରିବେ ତାହା ଆମେ ଦେଖିବୁ ।
ପ୍ରଥମେ ଆମେ ସମସ୍ତ ପ୍ରସଙ୍ଗକୁ ଦେଖିବୁ ଏବଂ ତା’ପରେ ଏହାର ପ୍ରତିକ୍ରିୟା ଦେବୁ । ଅନ୍ୟପକ୍ଷରେ ଆସାମରେ ଏଆଇୟୁଡିଏଫ୍ ସାଧାରଣ ସମ୍ପାଦକ ଡ. ହାଫିଜ୍ ରଫିକୁଲ ଇସଲାମ ଦାବି କରିଛନ୍ତି ଯେ ବିଜେପି ଏହି ବିଲ୍ ପାରିତ କରିବାକୁ ଚେଷ୍ଟା କରିବ ନାହିଁ । ସେମାନେ ଏହାକୁ ଜେପିସିକୁ ପଠାଇବେ । ଭାରତ ଏକ ବିଶାଳ ଦେଶ, ‘ୱାନ ନେସନ ୱାନ ଇଲେକ୍ସନ’ ଅତ୍ୟନ୍ତ କଷ୍ଟକର ଏବଂ ପ୍ରାୟ ଅସମ୍ଭବ ।