ଫକୀରଙ୍କ ଅନୋଖା ପାୱାର: କଖାରୁରୁ ପଥର, ପୁଣି ପଥରରୁ କଖାରୁ…

ସାହରନପୁର: ପିଲାବେଳେ ଅନେକ ଚମକ୍ରାରୀ କାହାଣୀ ଆମେ ଶୁଣିଛେ । କିନ୍ତୁ କିଛି କାହାଣୀ ଆମ ମନରେ ଘର କରି ରହିଯାଏ । ଆଉ ଗୋଟେ ଗୋଟେ କାହାଣୀତ ସତରେ ଘଟିିଥାଏ, ଯାହାକୁ ବର୍ତ୍ତମାନ ସୁଦ୍ଧା ଲୋକଲଙ୍କ ମନରେ ରହିଛି । ଉତ୍ତର ପ୍ରଦେଶ ସାହରାନପୁରରୁ ଏମିତି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏ କାହାଣୀ ପ୍ରାୟ ୭୫୦ ବର୍ଷ ପୁରୁଣା । ସାହରନପୁରରେ ରହୁଥିବା ଜଣେ କୃଷକ ଚାଷ କରିଥିବା କଖାରୁ ବିକିବା ପାଇଁ ବଜାରକୁ ଶଗଡ଼ ଗାଡ଼ିରେ ଲଦି ନେଇଯାଉଥିଲେ । ପାଖ ମସଜିଦରେ ରହୁଥିବା ଜଣେ ଫକିର ସେହି ବାଟେ ଯାଉଥିଲେ ।

କୃଷକଙ୍କୁ ଦେଖି ଫକିର ତାଙ୍କୁ ଶଗଡ଼ରେ କ’ଣ ନେଇ ଯାଉଛ ବୋଲି ଫକୀର ପଚାରିଥିଲେ । ଚାଷୀ ଜଣକ ମିଛରେ ଶଗଡ଼ରେ ପଥର ବୋହି ନେଇଯାଉଥିବା କହିଥିଲେ । ଏହାପରେ ଫକିର ଜଣକ ମସଜିଦ୍ ଆଡକୁ ଓ କୃଷକ ବଜାର ଅଭିମୁଖେ ବାହାରି ପଡ଼ିଲେ । କାଳେ ଫକୀର କଖାରୁ ମାଗିବେ ସେ ଭୟରେ କୃଷକ ତାଙ୍କୁ ମିଛ କହିଥିଲା । କିଛିଦୂର ଗଲାପରେ କୃଷକଜଣକ ଯେତେବେଳେ ଶଗଡ଼ ପଛରେ ରଖିଥିବା କଖାରୁକୁ ଦେଖନ୍ତି ସେତେବେଳେ ତାଙ୍କ ସବୁତକ କଖାରୁ ପଥର ହୋଇଯାଇଥିଲା । ସଙ୍ଗେ ସଙ୍ଗେ କୃକେ ଜଣକ ଦୌଡ଼ି ଯାଇ ପହଞ୍ଚିଲେ ମସଜିଦ୍ରେ । ସାଥୀରେ ପଥର ପାଲଟିଥିବା କଖାରୁ ନେଇ କୃକେ ଜଣକ ଫକିରଙ୍କ ନିକଟରେ ଗୁହାରି କଲେ । କୃଷକ ଜଣକ ଫିକରଙ୍କୁ ମିଛ କହିବା ନେଇ ଭୁଲ୍ ମାଗିବା ସହ କଖାରୁ ସବୁକୁ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ଗୁହାରି କଲେ । କୃଷକଙ୍କ ପଶ୍ଚାତାପ ପରେ ଫକୀର କଖାରୁ ଗୁଡ଼ିକୁ ପୂଣିଥରେ ପୂର୍ବ ଅବସ୍ଥାକୁ ଫେରାଇ ଦେଲେ । କିନ୍ତୁ ଫକୀରଙ୍କୁ ଦେଖେଇବା ପାଇଁ କୃଷକ ଯେଉଁ କଖାରୁ ନେଇ ଯାଇଥିଲେ ତାହାକୁ ମସଜିଦ୍ରେ ରଖିବା ପାଇଁ ଫକୀର ତାଙ୍କୁ ପରାମର୍ଶ ଦେଲେ । ଏଘଟଣା ପରଠାରୁ ଫକିରଙ୍କ ମହିମା ଚାରି ଆଡ଼େ ବ୍ୟାପିବାକୁ ଲାଗିଲା । ଏବେବି ସେଠାକୁ ଅନେକ ଲୋକ ଫକୀରର କୃପା ଲାଭ କରିବା ପାଇଁ ଆସିବା ସହ ପଥର କଖାରୁକୁ ଦେଖିବା ପାଇଁ ମସଜିଦରେ ମଧ୍ୟ ଭିଡ଼ ଲାଗି ରହୁଛି ।