ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ଭିତରେ ନିଜ ଅବସର ଘୋଷଣା କରିଛନ୍ତି ଜଣେ ଷ୍ଟାର କ୍ରିକେଟର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୁଣିଥରେ କ୍ରିକେଟ ଜଗତରୁ ବିଦାୟ ଘୋଷଣା କରିଛନ୍ତି ଷ୍ଟାର ଖେଳାଳି । ପାକିସ୍ତାନର ଷ୍ଟାର ବୋଲର ମହମ୍ମଦ ଆମିର ପୁଣିତରେ କ୍ରିକେଟରୁ ବିଦାୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ପୂର୍ବରୁ ସେ ଥରେ ଅବସର ନେଇଥିବା ବେଳେ ପରେ କ୍ରିକେଟ ଜଗତକୁ କମବ୍ୟାକ କରିଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ଅବସର ଘୋଷଣା କରିଛନ୍ତି ମହମ୍ମଦ ଆମିର ।
ପାକିସ୍ତାନ କ୍ରିକେଟ ଦଳର ଷ୍ଟାର ପେସ ବୋଲର ମହମ୍ମଦ ଆମିର ପୁଣିଥରେ କ୍ରିକେଟ ଜଗତରୁ ଅବସର ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ନିଜ ଅବସର ନେଇ ଘୋଷଣା କରିଛନ୍ତି । ଏହି ପୋଷ୍ଟ କରି ସେ ଲେଖିଛନ୍ତି ଯେ, “ଅନେକ ଚିନ୍ତା କରିବା ପରେ ମୁଁ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ନେବା ମୋ ପକ୍ଷେ ସହଜ ନଥିଲା । ମୋ ମତରେ ଏହା ଯୁବପିଢୀଙ୍କ ପାଇଁ ଉଚିତ ସମୟ ।” ଶେଷରେ ମିଳିଥିବା ସମର୍ଥନ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସହିତ ପରିବାର ଏବଂ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମିର ।
Announcement of my retirement from international cricket 🏏. pic.twitter.com/CsPfOTGY6O
— Mohammad Amir (@iamamirofficial) December 14, 2024
ପାକିସ୍ତାନ ଷ୍ଟାର ବୋଲର ଆମିର ୧୮୮ଟି ଇଣ୍ଟରନେସନାଲ ମ୍ୟାଚରୁ ୨୭୧ଟି ୱିକେଟ ହାସଲ କରିଛନ୍ତି । ଏଥିରୁ ୬୭ଟି ଟେଷ୍ଟ ମ୍ୟାଚରୁ ୧୧୯ ୱିକେଟ ପାଇଥିବା ବେଳେ ୬୦ ଦିନିକିଆ ମ୍ୟାଚରୁ ୮୧ଟି ସଫଳତା ପାଇଛନ୍ତି । ସେହିପରି ୬୧ ଟି-୨୦ ମ୍ୟାଚରୁ ୭୧ଟି ୱିକେଟ ଅକ୍ତିଆର କରିବାରେ ସମର୍ଥ ହୋଇଛନ୍ତି ମହମ୍ମଦ ଆମିର । ଏହାପୂର୍ବରୁ ମହମ୍ମଦ ଆମିରଙ୍କୁ କ୍ରିକେଟରୁ ବ୍ୟାନ୍ ଲାଗିବା ପରେ ସେ ଅବସର ଘୋଷଣା କରିଥିଲେ । କିନ୍ତୁ ବ୍ୟାନ୍ ଆଦେଶ ହଟିବା ପରେ ପୁଣିଥରେ ପାକିସ୍ତାନ ପାଇଁ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ ଆମିର ।
ମହମ୍ମଦ ଆମିରଙ୍କ ଘାତକ ବୋଲିଂକୁ ସାମନା କରିବା ଅନେକ ଷ୍ଟାର ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇଥିଲା । ଏହି ତାଲିକାରେ ଟିମ ଇଣ୍ଡିଆର କିଙ୍ଗ କୋହଲିଙ୍କ ନାମ ମଧ୍ୟ ସାମିଲ ରହିଛି । ଏକ ଇଣ୍ଟରଭ୍ୟୁରେ ବିରାଟ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । କ୍ରିକେଟରେ କିଛି ବୋଲରଙ୍କୁ ସାମନା କରିବା ବିରାଟଙ୍କ ପାଇଁ କଷ୍ଟକର ହୋଇଥାଏ । ଏହି ୨-୩ ବୋଲରଙ୍କ ମଧ୍ୟରେ ମହମ୍ମଦ ଆମିରଙ୍କ ନାଁ ମଧ୍ୟ ନେଇଛନ୍ତି ବିରାଟ କୋହଲି ।