(Video) ବିନୋଦ କାମ୍ବଲିଙ୍କ ୩୦ ବର୍ଷ ତଳର ଚେହେରା ଦେଖି ଫ୍ୟାନ୍ସ ଚକିତ: ଯୁବକ ବେଳେ ବିରାଟଙ୍କ ପରି ଫିଟ୍ ଥିଲେ ସଚିନଙ୍କ ବନ୍ଧୁ
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ବିନୋଦ କାମ୍ବଲିକୁ ନେଇ ନିକଟରେ ବେଶ୍ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସମୟରେ ୫୨ ବର୍ଷୀୟ କାମ୍ବଲି ଗମ୍ଭୀର ବିମାରୀର ଶିକାର ହେବା ସହ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ସଚିନ ସଫଳତାର ଶୀର୍ଷରେ ରହିଥିବା ବେଳେ କାମ୍ବଲି ଦୟନୀୟ ଅବସ୍ଥାରେ ରହିଛନ୍ତି । ସଚିନ-କାମ୍ବଲିଙ୍କ ବନ୍ଧୁତ୍ୱକୁ ନେଇ ଅନେକ ସମୟରେ ଦ୍ୱାପର ଯୁଗର କୃଷ୍ଣ-ସୁଦାମାଙ୍କ ସହ ତୁଳନା କରାଯାଇଥାଏ । ତେବେ ଆଜି କଥା କହିବା ପାଇଁ ସଂଘର୍ଷ କରୁଥିବା କାମ୍ବଲି ନିଜ ଯୁବ ବୟସରେ ବିରାଟ କୋହଲିଙ୍କ ପରି ବେଶ୍ ଫିଟ୍ ଥିଲେ ।
ଏହା ମଧ୍ୟରେ କାମ୍ବଲିଙ୍କର ୩୦ ବର୍ଷ ତଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯୁବ ବୟସରେ କାମ୍ବଲି ଫିଟନେସ୍ ପାଇଁ ବେଶ୍ ପରିଚିତ ଥିଲେ । ମାତ୍ର ୨୨ ବର୍ଷ ବୟସରେ କାମ୍ବଲି ବିରାଟଙ୍କ ବଳିଷ୍ଠ ଶରୀରର ଅଧିକାରୀ ହୋଇପାରିଥିଲେ । ଗୋଟିଏ ପଟେ କାମ୍ବଲିଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ୩୦ ବର୍ଷ ପୂର୍ବରୁ ଶୁଟ୍ କରାଯାଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ୧୯୯୪ରେ ନେସଲେ ପାଇଁ ଗ୍ଲୁକୋଜ ସପ୍ଲିମେଣ୍ଟର ଆଡରେ କାମ କରିଥିଲେ କାମ୍ବଲି । ସେହି ସମୟରେ କାମ୍ବଲିଙ୍କ ଶରୀର ବହୁତ ପତଳା ଓ ବଳିଷ୍ଠ ରହିଥିଲା । ।ଆଡରେ ସେ ଜିମରେ ୱାର୍କଆଉଟ୍ କରୁଥିବା ଦେଖାଯାଉଥିଲା । ପୁରୁଣା ସମୟର କାମ୍ବାଲି ଆଉ ବର୍ତ୍ତମାନର କାମ୍ବଲିଙ୍କ ମଧ୍ୟରେ ଆକାଶ-ପାତାଳ ଫରକ ରହିଛି । ଖରାପ ମଦ୍ୟାଭାସ ଧୀରେଧୀରେ କାମ୍ବଲିଙ୍କ ଶରୀର ଓ କ୍ୟାରିୟରକୁ ନଷ୍ଟ କରିଦେଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।
View this post on Instagram