(Video) ‘ମୁଁ କିଛି ଅନୁତାପ କରୁନି..CSK ପାଇଁ ଖେଳିବା..’, ଭାରତକୁ ଫେରିବା ମାତ୍ରେ ଆଗାମୀ ପ୍ଲାନ ବିଷୟରେ ସେୟାର କଲେ ଅଶ୍ୱିନ
ନୂଆଦିଲ୍ଲୀ: ଭାରତୀୟ ଟିମର ସ୍ପିନ ବୋଲର ଆର ଅଶ୍ୱିନ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବର୍ତ୍ତମାନ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇ ପହଞ୍ଚିବା ପରେ ଅଶ୍ୱିନଙ୍କୁ ସ୍ୱାଗତ କରାଯାଇଛି। ଅଶ୍ୱିନଙ୍କ ମାଆ-ବାପା ତାଙ୍କୁ ଖୁବ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ଚେନ୍ନାଇ ଏୟାରପୋର୍ଟରେ ଅଶ୍ୱିନ ରିପୋର୍ଟସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ, ହେଲେ ପରେ ସେ ନିଜ ଘର ବାହାରେ ସମ୍ବୋଧିତ କରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମୁଁ କିଛି ଅନୁତାପ କରୁନାହିଁ। ମୁଁ ବହୁ ଦୂରରୁ ଲୋକଙ୍କୁ ପସ୍ତାଇବା ଦେଖିଛି। ହେଲେ ମୁଁ ନିଜ ଜୀବନକୁ ସେହିପରି ବଞ୍ଚିବାକୁ ଚାହୁଁ ନାହିଁ। ଆଗକୁ ଅଶ୍ୱିନ କହିଛନ୍ତି, ମୁଁ ଯେତିକି ହୋଇପାରିବ ସେତିକି ଲମ୍ବା ସମୟ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଛି। ଯାହାପରେ ଅଶ୍ୱିନ ତାଙ୍କ ଘର ବାହାରେ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଯେବେ ମୁଁ ବିଶ୍ୱ କପ ୨୦୧୧ ଜିତି ଘରକୁ ଆସିଥିଲି, ସେବେ ଏମିତି ହିଁ ମୋତେ ସ୍ୱାଗତ କରାଯାଇଥିଲା। ସେହିଦିନ ସ୍ମୃତି ତାଜା ହୋଇଯାଇଛି।
#WATCH | Ravichandran Ashwin says, “…I am going to play for CSK and don’t be surprised if I try and aspire to play for as long as I can. I don’t think Ashwin the cricketer is done, I think Ashwin the Indian cricketer has probably called it time. That’s it.”
When asked if… https://t.co/wm7IaTfuGd pic.twitter.com/vaNvUHsNYR
— ANI (@ANI) December 19, 2024
ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ବ୍ରିସବେନର ବାବାରେ ଖେଳାଯାଇଥିଲା। ପଞ୍ଚମ ଦିନ ବର୍ଷା କାରଣରୁ ଏହି ମ୍ୟାଚକୁ ଡ୍ର କରାଯାଇଥିଲା। ଦୁଇଟି ଟିମ ତିନୋଟି ମ୍ୟାଚ ପରେ ସିରିଜରେ ୧-୧ର ବରାବରରେ ଥିଲେ। ଏହି ମ୍ୟାଚ ପରେ ହିଁ ଅଶ୍ୱିନ ରୋହିତ ଶର୍ମାଙ୍କ ସହ ପ୍ରେସ କନଫ୍ରେନ୍ସକୁ ଆସି ନିଜ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସର ଘୋଷଣା କରିଥିଲେ। ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟର ସାନଦାର ଥିଲା, ସେ ୧୦୬ ମ୍ୟାଚରେ ବୋଲିଂ କରି ୫୩୭ଟି ୱିକେଟ ହାସଲ କରିଥିଲେ। ଏହି ସମୟରେ ୩୭ ଥର ଅଶ୍ୱିନ ୫ଟି ୱିକେଟ ହାସଲ କରିଥିଲେ।
#WATCH | Tamil Nadu: People extend a warm welcome to cricketer Ravichandran Ashwin as he arrives at his residence in Chennai, a day after announcing his retirement from International Cricket. pic.twitter.com/rUt5BFX3rA
— ANI (@ANI) December 19, 2024