ପୁଣି ଷ୍ଟିଲ ସିଟିରେ ଲଜ୍ଜା, ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଉରକେଲାରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା । 3 ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ବେଳେ ସେଠାରୁ ଖସିଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୋଲିସ ଅଭିଯୋଗ ଆଧାରରେ 3ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତ 17 ତାରିଖରେ ନାବାଳିକା ଘରୁ ଚାଲିଆସି ବିଶ୍ରା ଛକ ନିକଟରେ ବୁଲାବୁଲି କରିଥିଲେ । ଏହି ସମୟରେ 3 ଜଣ ଯୁବକ ଆସି ନାବାଳିକାକୁ ରାସ୍ତାରୁ ଉଠାଇ ନେଇଥିଲେ । ଏହାପରେ ନାବାଳିକାକୁ ନେଇ ବିଶ୍ରା ଅଞ୍ଚଳର ଏକ ଘରେ 3 ଦିନ ଧରି ବନ୍ଦି କରିବା ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ନାବାଳିକାଜଣକ 19 ତାରିଖ ଦିନ କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ଆସିଥିଲା । ଏନେଇ ଉଦିତନଗର ଥାନାରେ ଅଭିଯୋଗ କରିଥିଲା । ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ଘଟଣାରେ ନାବାଳିକାର ପୁରୁଷ ବନ୍ଧୁ ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ କରାଯାଇ ନାହିଁ ।