ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ: ୮୯ ବର୍ଷ ବୟସରେ ପରଲୋକ

ହରିୟାଣା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କର ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ୧୧.୩୦ ରେ ଆଇଏନଏଲଡି ସୁପ୍ରିମୋଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ରାତି ୧୨ ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଚୌତାଲାଙ୍କ ମୃତ୍ୟୁ ହେତୁ ହରିୟାଣା ତଥା ଦେଶର ରାଜନୀତିରେ ଶୋକର ଲହରୀ ଖେଳିଯାଇଛି । ଓମ୍ ପ୍ରକାଶ ଚୌତାଲା ୭ ଥର ବିଧାୟକ, ୫ ଥର ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳିଥିଲେ ।

ତେବେ ଓମ୍ ପ୍ରକାଶ ଚୌତାଲା ହେଉଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଲାଲଙ୍କ ପୁଅ । ଓମ୍ ପ୍ରକାଶ ଚୌତାଲା ୧ ଜାନୁଆରୀ ୧୯୩୫ ରେ ହରିୟାଣାର ସିର୍ସା ଜିଲ୍ଲାର ଚୌତାଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଚୌତାଲା ହରିୟାଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପିତା ଚୌଧୁରୀ ଦେବୀ ଲାଲ ଚୌତାଲା ହରିୟାଣା ରାଜ୍ୟ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ପରେ ଦେବୀ ଲାଲ ହରିୟାଣାର ମୁଖ୍ୟମନ୍ତ୍ରୀ ତଥା ଭାରତର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ହରିୟାଣାର ବିକାଶରେ ଓମ୍ ପ୍ରକାଶ ଚୌତାଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗ୍ରାମାଞ୍ଚଳ ଏବଂ କୃଷକମାନଙ୍କର ଜଣେ ପ୍ରଶଂସକ ଥିଲେ । କ୍ଷମତା କିମ୍ବା ବିରୋଧୀ ହେଉ, ଏହା ସର୍ବଦା ତାଙ୍କ ନୀତି ଏବଂ ଭାଷଣରେ ପ୍ରତିଫଳିତ ହୋଇଥିଲା । ସେ ହରିୟାଣାର ସବୁଠାରୁ ସକ୍ରିୟ ନେତା ଭାବରେ ଜଣାଶୁଣା ଥିଲେ ।