ନୂଆଦିଲ୍ଲୀ– କି ଯୁଗ ଆସିଲା । ଏଠି ଲୋକଙ୍କୁ ସେମାନଙ୍କ ଅସୁବିଧା ବେଳେ ସାହାଯ୍ୟ କଲେ ଓଲଟା ବିପଦକୁ ଡାକିଆଣିବା କଥା । ଟଙ୍କା ଉଧାର ଦେଇ ଟଙ୍କା ମାଗିଲେ ଜୀବନ ଯିବାର ରହିଛି ସମ୍ଭାବନା । ଏମିତି ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ଜଣେ ଆଡଭୋକେଟଙ୍କ ଦ୍ୱାରା ସେୟାର ହୋଇଛି । ନିଆଁରେ ଜଳିଥିବା ମହିଳା କହୁଛନ୍ତି ଆପବିତି ।
ଭିଡିଓରେ ଦେଖିବାକୁ ମିଳୁଛି ହସ୍ପିଟାଲ ବେଡରେ ଜଳିଯାଇଥିବା ଜଣେ ଯୁବତୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ପୋଲିସ ବୋଧେ ତାଙ୍କର ଜମାନ ବନ୍ଦୀ ରେକର୍ଡ କରୁଛି ଓ ସେ କହୁଛନ୍ତି, ତାଙ୍କୁ ଜଣେ ବ୍ୟକ୍ତି ପେଟ୍ରୋଲ ପକାଇ ଜାଲି ଦେଇଛି । କାରଣ ସେ ମାସେ ତଳେ ସେହି ବ୍ୟକ୍ତିକୁ ୮୦ ହଜାର ଉଧାର ଦେଇଥିଲେ । ଟଙ୍କା ମାଗିବାରୁ ସେହି ବ୍ୟକ୍ତି ଏପରି କରିଛି । ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ବୟାନରୁ ଜଣାପଡୁଛି, ସେ କାନପୁରର ସୋଲଙ୍କପୁର ।
ଏହି ଭିଡିଓଟି ଉପରେ ୟୁଜର୍ସଙ୍କ ଭିତରେ ଆକ୍ରମଣକାରୀ ଉପରେ ରାଗ ଦେଖିବାକୁ ମିଳୁଛି । ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଧାର ନେଇ ଟଙ୍କା ମାଗିବାରୁ ଏମିତି କାଣ୍ଡ ଭିଆଇଥିବା ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରୁଛନ୍ତି ୟୁଜର୍ସ । ଏହି ଭିଡିଓ ଦେଖିବା ପରେ ଲୋକଙ୍କ ଭିତରେ ଅନ୍ୟର ଅସୁବିଧା ସମୟରେ ସାହାଯ୍ୟ କରିବାର ମାନସିକତା ମରିଯିବ ନିଶ୍ଚିତ ରୂପେ ।