fbpx

ବର- କନ୍ୟା ପାଇଁ ହୀରାର ମାସ୍କ, ଦାମ୍ ଜାଣିଲେ ଉଡିବ ହୋସ୍

କରୋନା ସଙ୍କଟ ସମୟରେ ଏବେ ମାସ୍କକୁ ନେଇ ଟ୍ରେଣ୍ଡ ଜୋର୍ ଧରିଲାଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବର-କନ୍ୟା ପର୍ଯ୍ୟନ୍ତ, ସମସ୍ତେ କିଛି ଷ୍ଟାଇଲସ୍ ମାସ୍କ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ପୂର୍ବରୁ ସୁନା ମାସ୍କ ପିନ୍ଧି ଜଣେ ବ୍ୟକ୍ତି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏବେ ହୀରା ମାସ୍କ ଚର୍ଚ୍ଚାକୁ ଆସିଛି । ସୁନା ଚେନ୍ ଓ ହାର ବିିକ୍ରି କରୁଥିବା ଗହଣା ଦୋକାନରେ ଏବେ ମିଳୁଛି ହୀରା ମାସ୍କ । ଗୁଜରାଟର ସୁରତରେ ଥିବା ଏକ ଗହଣା ଦୋକାନରେ ହୀରା ସଜ୍ଜିତ ମାସ୍କ ବିକ୍ରି ହେବାରେ ଲାଗିଛି । ଖାସ୍ କରି ବର-କନ୍ୟା ପାଇଁ ଏହି ମାସ୍କ ତିଆରି ହୋଇଛି ।

କିନ୍ତୁ ହୀରା ଖଚିତ ଏହି ମାସ୍କର ଦାମ ଶୁଣିଲେ ଆପଣ ଚମକି ପଡିବେ । କାରଣ ଏହି ସ୍ୱତନ୍ତ୍ର ମାସ୍କର ଦାମ୍ ୧.୫ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ହୀରା ମାସ୍କ ବିକ୍ରି ପରେ ଦୋକାନରେ ବେଶ ଗହଳଚହଳ ଲାଗି ରହିଛି । ଲୋକଙ୍କୁ ମଧ୍ୟ ହୀରା ମାସ୍କ ବେଶ ପସନ୍ଦ ଆସୁଛି ।

Get real time updates directly on you device, subscribe now.