ନୂଆଦିଲ୍ଲୀ: ଯଦି କେହି ଆପଣଙ୍କୁ ମୃତଦେହ ପାଖରେ ବସିବା ପାଇଁ ଆପଣ ବସିବେ କି? ମନରେ କେବଳ ନାଁ ବୋଲି ଉତ୍ତର ଆସିବ । ଯଦି କେହି ଅନୁରୋଧ କରି କହିବେ ତାହେଲେ ବି କୌଣସି ବ୍ୟକ୍ତି ମୃତଦେହ ପାଖରେ ବସିବା ପାଇଁ ରାଜି ହେବ ନାହିଁ । ଯଦି ଆପଣ 10 ମିନିଟ୍ ପାଇଁ ଏକ ମୃତ ଶରୀର ପାଖରେ ବସିବା ପାଇଁ 25,000 ଟଙ୍କା ଦରମା ପାଆନ୍ତି, ତେବେ ଆପଣ ବସିବେ କି? ଏଭଳି ଅଫର ଶୁଣି ଯେକେହି ବି କିଛି ସମୟ ବସି ରହିବା ପାଇଁ ବାଧ୍ୟ ହେବେ । ସୋସିଆଲ ମିଡିଆତରୁ ସାମ୍ନାକୁ ଆସିଥିବା ଏହି ଛାତିଥରା ବିଜ୍ଞାପନ ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ବାସ୍ତବରେ ଏହି ଚାକିରୀ ଅଫର ଚାଇନାରୁ ଆସିଛି । ଦୁନିଆର ଦ୍ୱିତୀୟ ଜନବହୁଳ ଦେଶ, ଯେଉଁଠାରେ ଆପଣ 10 ମିନିଟ୍ ପାଇଁ ଏକ ଶବ ନିକଟରେ ବସିବା ପାଇଁ ବେତନ ହିସାବରେ 25 ହଜାର ଟଙ୍କା ପାଇବେ । ଏଥିପାଇଁ ଆବେଦନକାରୀଙ୍କୁ ଏକ ପରୀକ୍ଷା ଦେବାକୁ ପଡିବ।
ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଏହି ଚାକିରି ପାଇଁ ବିଜ୍ଞାପନ ଡିସେମ୍ବର 11 ରେ ପ୍ରକାଶିତ ହୋଇଥିଲା । ରୁଷାନ୍ ଜିନମାଇକ ହ୍ୟୁମାନ ରିସୋର୍ଚ୍ଚ କର୍ପୋରେସନ ଲିମିଟେଡ୍ କମ୍ପାନୀ ଏହି ଚାକିରି ଅଫର ଜାରି କରିଛି। ଏହି ଚାକିରିରେ, ଆବେଦନକାରୀଙ୍କୁ ଏକ ଶୀତଳ ପରିବେଶରେ 10 ମିନିଟ୍ ପାଇଁ ଏକ ମୃତ ଶରୀର ନିକଟରେ ବସିବାକୁ ପଡିବ । ଏହା ସହିତ ଆବେଦନକାରୀଙ୍କ ମାନସିକ ଏବଂ ଶାରୀରିକ ପରୀକ୍ଷା ମଧ୍ୟ ହେବ । 45 ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନେ ଏହି ଚାକିରି ପାଇଁ ଯୋଗ୍ୟ ଅଟନ୍ତି । 24 ଘଣ୍ଟାର ସିଫ୍ଟ ରହିବ । ଚାକିରି ମିଳିବାର 6 ମାସ ପର୍ଯ୍ୟନ୍ତ ପ୍ରୋଭେସନ ପିରିୟଡ୍ସ ପାଳନ କରିବାକୁ ହେବ । ଏହାପରେ ହିଁ ପରମାନେଣ୍ଟ ଚାକିରି ହୋଇପାରିବ । ଅନ୍ୟପଟେ ରୁସାନ ଲୋକମାନଙ୍କୁ ଏହି ଚାକିରି ପାଇଁ ଏକ ସ୍ବତନ୍ତ୍ର ବର୍ଗରେ ରଖାଯିବ । ଚାକିରିର ଫର୍ମ ପୂରଣ ପାଇଁ ଦେୟ 853 ଟଙ୍କା, ଯେତେବେଳେ କି ଏହା ରୁଷାନ୍ ଲୋକଙ୍କ ପାଇଁ ମାଗଣା । ଯେଉଁମାନେ ନାଇଟ୍ ସିଫ୍ଟ କରିବେ ସେମାନଙ୍କୁ ଆଉ ଅତିରିକ୍ତ ଟଙ୍କା ମଧ୍ୟ ମିଳିବ । ତେବେ ଏହି ଚାକିରି ପାଇଁ କେବଳ ଅସହାୟ ବ୍ୟକ୍ତି ଆବେଦନ କରିବେ ବୋଲି ସୋସିଆଲ ମିଡିଆରେ ୟୁଜର୍ସ କହିଛନ୍ତି ।