ଘରେ ଥିବା ଗଜା ଆଳୁ ଖାଉଥିଲେ ବିପଦ, ହେଉଛି ଏହି ରୋଗ, ପୁରା ଛାଡିଦିଅନ୍ତୁ ଏହି ୭ଟି ଜିନିଷ

ଚିନିରେ ଅଛି ହ୍ୱାଇଟ୍ ପଏଜନ, ଆଳୁ ଖାଇଲେ ସ୍ଲୋ ପଏଜନ, ରିସର୍ଚ୍ଚରୁ ବଡ଼ ଖୁଲାସା

ଓଡ଼ିଶା ଭାସ୍କର: ବ୍ରିଟେନର ପ୍ରଫେସର ଜନ୍ ୟୁଡକୀନ ନିଜ ରିସର୍ଚ୍ଚରେ ପ୍ରମାଣିତ କରିଛନ୍ତି ଯେ, ଚିନି ହ୍ୱାଇଟ ପଏଜନ ଅଟେ। ଏହି ରିସର୍ଚ୍ଚରେ ସେ କହିଛନ୍ତି ଯେ, ନିମ୍ନରେ ଦିଆଯାଇଥିବା ୭ଟି ଜିନିଷ ଖାଇବା ଦ୍ୱାରା ବ୍ଲଡରେ କୋଲେଷ୍ଟ୍ରଲ ଲେଭଲ ବଢିଥାଏ, ଯାହା ହାର୍ଟଆଟକ ପାଇଁ ବିପଦ ସୃଷ୍ଟି କରିଥାଏ। କେବଳ ଚିନି ନୁହେଁ ବରଂ ଆହୁରି ଅନେକ ଖାଦ୍ୟ ରହିଛି ଯାହା ସ୍ଲୋ ପଏଜନ ସହ ସମାନ।

ଚିନି: ଏହାକୁ ଖାଇବା ଦ୍ୱାର ଲିଭରରେ ଗ୍ଲାଇକୋଜନର ମାତ୍ରା କମ ହୋଇଯାଇଥାଏ, ଯାହା ଦ୍ୱାରା ମୋଟାପଣ, ଥକାପଣ, ମାଇଗ୍ରେନ ଏବଂ ଡାଇବେଟିସ୍ ବଢିପାରେ। ଏହାକୁ ଅଧିକ ଖାଇବା ଦ୍ୱାରା ଖୁବଶୀଘ୍ର ବୃଦ୍ଧାବସ୍ଥା ଆସିଥାଏ।

ଆୟୋଡିନ ଲୁଣ: ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ, ଅଧିକ ଖାଇବା ଦ୍ୱାରା ହାଇ ବିପିର ସମ୍ଭାବନା ବଢି ହାର୍ଟ ଆଟକ ହୋଇପାରେ। ଏଥିରେ କ୍ୟାନ୍ସର ଏବଂ ଆସ୍ତିଓପୋରୋସିସର ବିପଦ ବଢିଥାଏ।

ମଇଦା: ମଇଦା ତିଆରି ସମୟରେ ଫାଇବର ବାହାରିଯାଇଥାଏ, ଅଧିକ ମଇଦା ଖାଇବା ଦ୍ୱାରା ଲଗାତାର ପେଟର ସମସ୍ୟା ହୋଇଥାଏ। ଏଥିରେ ବଲିଚିଙ୍ଗ ଏଜଣ୍ଟେ ଥାଏ, ଯାହା ରକ୍ତକୁ ପତଳା କରିଦେଇଥାଏ ଏବଂ ହାର୍ଟ ପ୍ରବ୍ଲେମ ବଢାଇଥାଏ।

କୋଲ୍ଡ ଡ୍ରିଙ୍କ: ଏଥିରେ ମିଠା ଏବଂ ଫସ୍ପୋରିକ୍ ଏସିଡର ମାତ୍ରା ଅଧିକ ଥାଏ, ଅଧିକ କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ବ୍ରେନ ଡ୍ୟାମେଜ ବା ହାର୍ଟ ଆଟାକ ହୋଇପାରେ ଏବଂ ଏଥିରେ ଅନ୍ତ ପଚିଯାଇଥାଏ, ଏପରି ଅମିତାଭ ବଚନଙ୍କ ସହ ହୋଇଥିଲା।

ଫାଷ୍ଟଫୁଡ: ଏଥିରେ ମୋନୋସୋଡିୟମ ଗ୍ଲୁଟାମେଟ ରହିଥାଏ, ଯାହାଦ୍ୱାରା ବ୍ରେନ ପାୱାର କମିଯାଏ ଏବଂ ମୋଟାପଣ ଅଧିକ ଜୋରରେ ବଢିଥାଏ। ଏଥିସହ ହାର୍ଟ ସମସ୍ୟାର ବିପଦ ବଢିଯାଇଥାଏ।

ଗଜା ଆଳୁ: ଏଥିରେ ଗାଇକ୍ଲେଲାଇଡସ୍ ରହିଥାଏ, ଯେଉଁଥିରେ ଡାୟରିଆ ହୋଇପାରେ, ଏଭଳି ଆଳୁ ଲଗାତାର ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ବା ବେହୋସ ହୋଇପାରନ୍ତି ଆପଣ।

ଛତୁ: କଞ୍ଚା ମସରୁମରେ କର୍ସିନୋଜେନିକ କପାଉଣ୍ଡ ରହିଥାଏ, ଯାହା କ୍ୟାନ୍ସରର ବିପଦକୁ ବଢାଇଥାଏ, ଏଥିପାଇଁ ଛତୁକୁ ଭଲଭାବେ ଫୁଟାଇ ସାରିବା ପରେ ବ୍ୟବହାର କରିବା ଆବଶ୍ୟକ।