ଯୁବତୀଙ୍କ ପାଇଁ ଥାନା ବି ସୁରକ୍ଷିତ ନୁହେଁ; ଭୁବନେଶ୍ୱର ଆରପିଏଫ୍ ଏଏସଆଇ ଗିରଫ

ବର୍ତ୍ତମାନ ଆରପିଏଫ୍ ଏଏସଆଇ ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଏଏସଆଇଙ୍କୁ ଗିରଫ କରାଯାଇଛି..

ଭୁବନେଶ୍ୱର: ପୋଲିସର କର୍ତ୍ତବ୍ୟ ଜନତାଙ୍କୁ ସୁରକ୍ଷା ଦେବା, ଅନ୍ୟାୟ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ଏବଂ ନାରୀଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପାଇଁ ଭୁବନେଶ୍ୱର ଆରପିଏଫ୍ ଏଏସଆଇଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଯୁବତୀଙ୍କୁ ଅସଦାଚରଣ ମାମଲାରେ ଭୁବନେଶ୍ୱର ଆରପିଏଫ୍ ଏଏସଆଇ ନିରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କ ଅଭିଯୋଗ ମୁତାବକ, ରେଲୱେ ପ୍ଲାଟଫର୍ମରେ ତାଙ୍କୁ ଏଏସଆଇ ଏକା ପାଇ ଅସଦାଚରଣ କରିଥିଲେ।

ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଘରେ ରଖି ଅସଦାଚରଣ କରିଥିଲେ ପୋଲିସ। ୨ ଦିନ ତଳେ ଟ୍ରେନରେ ଆସି ଯୁବତୀ ଜଣକ ଷ୍ଟେସନରେ ଓହ୍ଲାଇଥିଲେ। ଏଠାରେ ତାଙ୍କର ହଷ୍ଟେଲ ବନ୍ଦ ଥିଲା। ଏହାପରେ ଯୁବତୀ ଜଣକ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଯୁବତୀ ଅସଦାଚରଣର ଶିକାର ହୋଇଥିଲେ।

ଏହି ଘଟଣା ପରେ ଯୁବତୀ ଜଣକ ପୋଲିସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏଏସଆଇଙ୍କୁ ଗିରଫ କରାଯାଇଛି।