ନୂଆ ବର୍ଷରେ ମହିଳାଙ୍କୁ ସରକାରଙ୍କ ବଡ଼ ଉପହାର, ୧୦ ଜାନୁଆରୀରେ ଖାତାକୁ ଯିବ ଏତିକି ଟଙ୍କା

ଲାଡଲୀ ବେହେନ ଯୋଜନା ମାଧ୍ୟମରେ ମହିଳାମାନଙ୍କ ଖାତାକୁ ଯିବ ଟଙ୍କା। ୧୦ ଜାନୁଆରୀରେ ରେଡୀ ରୁହନ୍ତୁ ସମସ୍ତ ମହିଳା

ଭୋପାଲ: ‘ଲାଡଲୀ ବେହେନ ଯୋଜନା’ ମାଧ୍ୟମରେ ନୂଆ ବର୍ଷରେ ମହିଳାଙ୍କ ଖାତାକୁ ଯିବ ଟଙ୍କା। ମଧ୍ୟପ୍ରଦେଶ ସରକାର ଡ.ମୋହନ ଯାଦବ ନୂଆ ବର୍ଷରେ ୧୦ ଜାନୁଆରୀରେ ମହିଳାଙ୍କ ଖାତାକୁ ୧୨୫୦ ଟଙ୍କା ଟ୍ରାନ୍ସଫର କରିବେ। ଏଥିପାଇଁ ସରକାରୀ ଅଧିକାରୀଙ୍କୁ କାଗଜପତ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହିଳା ଏବଂ ଶିଶୁ ବିକାଶ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଲେଖାଯାଇଛି ଯେ, ଆଜି ଅର୍ଥାତ ୮ ଜାନୁଆରୀ ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଇ-ପେମେଣ୍ଟ ଏବଂ ହିତାଧିକାରୀଙ୍କ ସମସ୍ତ କାଗଜପତ୍ର କାର୍ଯ୍ୟ ପୁରୁଣ କାରିବାକୁ ହେବ। ସରକାରଙ୍କ ପକ୍ଷରୁ ଏପରି କରିବା ଲାଗି ଏଥିପାଇଁ କୁହାଯାଇଛି, କାରଣ ୧୦ ତାରିଖରେ ବିନା କୌଣସି ଅସୁବିଧାରେ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।

ଲାଡଲୀ ବେହେନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଯାହାଦ୍ୱାରା ମହିଳାମାନଙ୍କୁ ପ୍ରତି ମାସରେ ଏକ ଫିକ୍ସଡ ଆମାଉଣ୍ଟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏବଂ ସାମାଜିକ ପରିସ୍ଥିତିକୁ ସୁଦୃଢ କରିବା।