ଟାଟା ଗ୍ରୁପ ଦେଉଛି ଏଫଡି ଉପରେ ୯% ସୁଧ ଅଫର, ଏହା ସାଙ୍ଗକୁ ୫ ଲକ୍ଷ ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି

ଟାଟା ଡିଜିଟାଲ ସୁପରଆପ 'ଟାଟା ନ୍ୟୁ'ରେ ଫିକ୍ସଡ ଡିପୋଜିଟ ମାର୍କେଟପ୍ଲେସର ଲଞ୍ଚ କରିଛି।

ନୂଆଦିଲ୍ଲୀ: ଯଦି ଆପଣ ଫିକ୍ସଡ ଡିପୋଜିଟ କରୁଛନ୍ତି ତେବେ ଟାଟା ଗ୍ରୁପ ଆପଣଙ୍କ ପାଇଁ ଏକ ଦମଦାର ଅଫର ଆଣିଛି। ଟାଟା ଡିଜିଟାଲ ସୁପରଆପ ଟାଟା ନ୍ୟୁରେ ଫିକ୍ସଡ ଡିପୋଜିଟ ମାର୍କେଟପ୍ଲେସକୁ ଲଞ୍ଚ ସହ ରିଟେଲ ଇନଭେଷ୍ଟମେଣ୍ଟ ସେକ୍ଟରକୁ ଯିବା ଲାଗି ଘୋଷଣା କରିଛି। ଏହି ଅବସରରେ କମ୍ପାନୀ ଏକ ବିବୃତ୍ତି ଜାରି କାରିଛି, ବର୍ତ୍ତମାନ ଗ୍ରାହକ ସଞ୍ଚୟ ବ୍ୟଙ୍କ ଖାତା ଖୋଲିବା ବିନା ୯.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦର ଆମ ପାଖରେ ଏଫଡି କରିପାରିବେ।

କମ୍ପାନୀ କହିଛି ଯେ, ଫିକ୍ସଡ ଡିପୋଜିଟ ମାର୍କେଟପ୍ଲେସ ସହ, ଆମର ଲକ୍ଷ୍ୟ ଅନେକ ବିଶ୍ୱସନୀୟ ପ୍ରୋଭାଇଡରରୁ ଅଧିକ ସୁଧ ଦେଇ ଫିକ୍ସଡ-ରିଟର୍ଣ୍ଣ ଭଳି ଫାଇନାନସିଆଲ ପ୍ରଡକ୍ଟସ ପ୍ରବେଶକୁ ଗଣତାନ୍ତ୍ରିକରଣ କରିବା।

ଟାଟ ଡିଜିଟାଲର ଚିଫ ବିଜନେସ ଅଫିସର, ଫାଇନାନସିଆଲ ସର୍ଭିସେଜ, ଗୌରବ ହଜରତୀ କହିଛନ୍ତି ଯେ, ଏହି ସହଜ ଏବଂ ସୁରକ୍ଷିତ ପ୍ଲାଟଫର୍ମ ପ୍ରତିଯୋଗିତା ମୂଳକ ସୁଧ ହାର ପ୍ରଦାନ କରିବାକୁ ଡିଜାଇନ କରାଯାଇଛି। ଏହି ମାଧ୍ୟମରେ ଅନୁଭବି ନିବେଶକଙ୍କୁ ଏବଂ ନୂଆ ଲୋକେ ଖୁବ ସହଜରେ ନିବେଶ କରିପାରିବେ।

କମ୍ପାନୀ କହିଛି ଯେ, ଗ୍ରାହକ ୧୦୦୦ ଟଙ୍କାର ଏଫଡି କରିପାରିବ। ଖାସ କଥା ହେଉଛି, ଏହି ଫିକ୍ସଡ ଡିପୋଜିଟରେ ସେମାନେ ଡିଆଇସିଜିସି ଦ୍ୱାରା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ନିବେଶର ବିମା ବି ମିଳିବ।

କମ୍ପାନୀ କହିଛି ଯେ, ଗ୍ରାହକ ଏଫଡି ଭଳି ନିବେଶ ବିକଳ୍ପର ଏକ ୱାଇଡ ରେଞ୍ଜ ପାଇଁ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଂ ଅର୍ଥନୈତିକ କମ୍ପାନୀ ଭଳି ସୂର୍ଯ୍ୟଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଶ୍ରୀରାମ ଫାଇନାନ୍ସ, ବଜାଜ ଫାଇନାନ୍ସ ମଧ୍ୟରୁ ଗୋଟିଏକୁ ଚୟନ କରିପାରିବେ।