ଶ୍ରୀମନ୍ଦିରରେ ୨୦ ତାରିଖରୁ ଧାଡ଼ିରେ ଦର୍ଶନ କରିବେ ଶ୍ରଦ୍ଧାଳୁ, ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ୨୦ ତାରିଖରୁ ଧାଡ଼ିରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଇନ ମନ୍ତ୍ରୀ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ୬ ଥାକିଆ ବ୍ୟାରିକେଡ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାମ ଶେଷ ହେବ। ମରାମତି ସରିବାର ପରବର୍ତ୍ତୀ ସପ୍ତାହରେ ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ।