ସାବଧାନ! ସୁପ୍ରିମକୋର୍ଟଙ୍କ ନାମରେ ନକଲି ୱେବସାଇଟ ଦ୍ୱାରା କରାଯାଉଛି ଠକେଇ, ଜାଣନ୍ତୁ..

ସୁପ୍ରିମକୋର୍ଟ ନିଜ ଅଫିସିଆଲ ୱେବସାଇଟରେ ଲୋକଙ୍କୁ ସତର୍କ କରାଇଛନ୍ତି । କୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ କୁହାଯାଇଛି ଯେ, ଏହି ୱେବସାଇଟରେ କୌଣସି ପ୍ରକାର ବ୍ୟକ୍ତିଗତ ସେୟାର କରିବାଠାରୁ ଦୂରେଇ ରହିବାକୁ କୁହାଯାଇଛି ।

ନୂଆଦିଲ୍ଲୀ: ଲଗାତାର ବଢୁଥିବା ସାଇବର କ୍ରାଇମ ଯୋଗୁଁ ସମସ୍ତେ ଭୟଭୀତ ହୋଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ପବ୍ଲିକ ନୋଟିସ ଜାରି କରି ନିଜ ଅଫିସିଆଲ ୱେବସାଇଟରେ ନକଲି ୱେବସାଇଟ୍ସରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସାବଧାନ ରହିବାକୁ କହିଛନ୍ତି ।

ନୋଟିସରେ କୁହାଯାଇଥିଲା ଯେ, ଏଭଳି ୱେବସାଇଟ ବ୍ୟକ୍ତିଗତ ଏବଂ ଜରୁରୀ ଡକ୍ୟୁମେଣ୍ଟକୁ ଚୋରାଇ ନେଉଛନ୍ତି । ସୁପ୍ରିମକୋର୍ଟର ରେଜେଷ୍ଟ୍ରୀ ପକ୍ଷରୁ କୁହାଯାଇଛି ଯେ, ଏଭଳି ଫିସିଙ୍ଗ ଆଟାକର ସୂଚନା ଆଇନ ଏଜେନ୍ସିମାନଙ୍କୁ ଦିଆଯାଇଛି ଏବଂ ଏମାନଙ୍କର ଯାଞ୍ଚ କରିବାକୁ କୁହାଯାଉଛି।

ସୁପ୍ରିମକୋର୍ଟଙ୍କ ୱେବସାଇଟ ମାଗେନି ବ୍ୟକ୍ତିଗତ ସୂଚନା: ଏହି ନୋଟିସରେ କୁହାଯାଇଛି ଯେ, ଏଭଳି ନକଲି ୱେବସାଇଟ ବ୍ୟକ୍ତିଗତ ତଥ୍ୟ ଗୁଡ଼ିକୁ ଚୋରି କରାଯାଉଛି । ଏଥିପାଇଁ ଆପଣ କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ । ସୁପ୍ରିମକୋର୍ଟର ୱେବସାଇଟ କାହାରିକୁ ବ୍ୟକ୍ତିଗତ ତଥ୍ୟ, ଆର୍ଥିକ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ବିଷୟରେ ପଚାରେ ନାହିଁ । ସୁପ୍ରିମକୋର୍ଟର ଅଫିସିଆଲ ୱେବସାଇଟ www.sci.gov.in । ଏଥିପାଇଁ ସର୍ବଦା URL କୁ ଭେରୀଫାଇ କରନ୍ତୁ ।

କିପରି ରହିବେ ସତର୍କ: ରେଜିଷ୍ଟ୍ରି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ପରାମର୍ଶ ଦିଆଯାଇଛି ଯେ, ଯଦି କୌଣସି ଫିସିଙ୍ଗ ଆଟାକର ଶିକାର ହୁଏ, ତେବେ ସେମାନଙ୍କୁ ତୁରନ୍ତ ନିଜର ସମସ୍ତ ଅକାଉଣ୍ଟର ପାସୱାର୍ଡ ପରିବର୍ତ୍ତନା କରିବା ଆବଶ୍ୟକ ।

ଏଥିପାଇଁ ସେମାନଙ୍କୁ ନିଜ ବ୍ୟାଙ୍କ ଏବଂ କ୍ରେଡିଟକାର୍ଡ କମ୍ପାନୀକୁ ଅଣ-ଅଧିକୃତ ଆକ୍ସେସ ବିଷୟରେ ସୂଚନା ଦେବା ଆବଶ୍ୟକ ।