(Video) ରୁଟିରେ ଛେପ ପକାଇ ସେକୁଥିବାର ଭିଡିଓ ଭାଇରାଲ, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଏକ ହୋଟେଲରେ ରୁଟିରେ ଛେପ ପକାଇବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବା ପରେ ପୋଲିସ ଏବଂ ଖାଦ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନୂଆଦିଲ୍ଲୀ: ପୁଣି ଏକ ରୁଟିରେ ଛେପ ପକାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶର ଗାଜିଆବାଦରୁ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି।
କିପରି ଧରାପଡ଼ିଲେ: ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ହୋଟେଲରେ କାମ କରୁଥିବା ରୋଷେୟା ରୁଟି ତିଆରି କରିବା ବେଳେ ସେଥିରେ ଛେପ ପକାଉଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବାପରେ ଖାଦ୍ୟ ବିଭାଗ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗାଜିଆବାଦ ପୋଲିସ କହିଛି ଯେ, ଭିଡିଓରେ ଦେଖିବାକୁ ମିଳିଛି ଯେ; ଗିରଫ ହୋଇଥିବା ଇରଫାନ ତନ୍ଦୁରରେ ସେକିବା ଆଗରୁ ରୁଟି ଉପରେ ଛେପ ପକାଉଛି। ଗୁରୁବାର ରାତିରେ କିଏ ଜଣେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଛି।
ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ: ଏହାପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଙ୍ଗେ ସଙ୍ଗେ ପୋଲିସ ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
दिल्ली और नोएडा से सटे गाजियाबाद के खोड़ा से अब ढाबे पर ग्राहकों को थूक वाली रोटी परोसे जाने का वीडियो सामने आया है। पुलिस ने आरोपी को हिरासत में ले लिया है।#Ghaziabad #ViralVideo @CMOfficeUP@fooddeptgoi@ghaziabadpolice@dm_ghaziabad pic.twitter.com/Yceid8YlBj
— vivek kumar (@viveklkovivek) January 10, 2025