ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଗର୍ଭବତୀଙ୍କର ମୃତ୍ୟୁ ହୋଇଛି । ତେବେ ଏହା ଡାକ୍ତରଙ୍କ ଅବହେଳା ପାଇଁ ହୋଇଥିବା ଅଭିଯୋଗ ହୋଇଛି ।
ଏ କ୍ସପାୟରି ସାଲାଇନ୍ ଦେବା ଯୋଗୁଁ ଜଣେ ୨୧ ବର୍ଷୀୟା ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ରୁଇ ଦାସ । ତେବେ କେବଶ ରୁଇ ରୁହନ୍ତି ଅନ୍ୟ 2 ଜଣ ମଧ୍ୟ ଗୁରୁତର ରହିଥିବା କଥା କୁହାଯାଉଛି ।
ମୃତ ଗର୍ଭବତୀ ସ୍ବାମୀଙ୍କ କହିବା ଅନୁସାରେ, ବୁଧବାର ଦିନ ତାଙ୍କ ସ୍ତ୍ରୀ ଏକ ସନ୍ତାନ ଜନ୍ମଦେଇଥିଲେ । ସତେବେଳେ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିଲା । କିନ୍ତୁ ଯେତେବେଳେ ତାଙ୍କୁ ସାଲାଇନ ଦିଆଯାଇଥିଲା ସେତେବେଳେ ଅବସ୍ଥା ବିଗିଡି ଯାଇଥିଲା । ତେବେ ସମୟ ଅନୁସାରେ, ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ।
ଏହାପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଯାଇଥିଲା । ଏକ୍ସପାଏରୀ ସାଲାଇନ ପାଇଁ ଏହା ହୋଇଥିବା କୁହାଯାଇଛି ।
ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ହସ୍ପିଟାଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ରିପୋର୍ଚ ଆସିବା ପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।