ଖଲିସ୍ତାନୀ ଅତଙ୍କୀ ଟାର୍ଗେଟରେ କେଜରିୱାଲ! ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି
କେଜିରିୱାଲଙ୍କ ଉପରେ ଆତଙ୍କୀ ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସକୁ ସୂଚନା ଦେଲେ ଗୁଇନ୍ଦା ବିଭାଗ । ବର୍ତ୍ତମାନ ଜେଡ୍ ପ୍ଲସ୍ ସିକ୍ୟୁରିଟିରେ କେଜରିୱାଲ।
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ । ତାଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି।
ଏନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ଅନ୍ୟପଟେ କେଜରିୱାଲଙ୍କ ସିକ୍ୟୁରିଟିକୁ ବୃଦ୍ଧି କରାଯାଇଛି।
କେଜରିୱାଲଙ୍କ ସୁରକ୍ଷା: ଆଲର୍ଟ ମୋଡରେ ପୋଲିସ। ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଆଧାରରେ ଦିଲ୍ଲୀ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଟ୍ରାକ୍ କରୁଛି।
ଏହା ସହ କେରଜିୱାଲଙ୍କୁ Z ପ୍ଲସ୍ ସିକ୍ୟୁରିଟି ମିଳିଛି।
କେଜରିୱାଲଙ୍କ ଉପରେ ଆକ୍ରମଣ କେବେ?
୧. ୨୦୧୯ରେ ସୁଲତାନପୁରୀରେ ଏକ ରୋଡ୍ ଶୋ ସମୟରେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ସାମ୍ନାକୁ ଆସି ଚଟକଣା ମାରିଥିଲେ ।
୨. ୨୦୧୮ରେ ଅନିଲ ଶର୍ମା ନାମକ ଜଣେ ବ୍ୟକ୍ତି କେଜରିୱାଲଙ୍କ ଉପରେ ଲଙ୍କା ପାଉଡର ଫୋପାଡ଼ି ଥିଲେ ।
୩. ଏପ୍ରିଲ ୨୦୧୬ରେ କେଜରିୱାଲଙ୍କ ଉପରେ ଜୋତା ମାଡ଼ ହୋଇଥିଲା ।
୪. ଫେବୃଆରୀ ୨୦୧୬ରେ ପଞ୍ଜାବ ଲୁଧିଆନାରେ କିଛି ଦୁର୍ବୃତ୍ତ କେଜରିୱାଲଙ୍କୁ ଲୁହା ରଡ୍ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ।
୫. ୨୦୧୪ ଲୋକସଭା ନିର୍ବାଚନ ସମୟରେ କେଜରିୱାଲ ଏବଂ ଆପର କିଛି ନେତାଙ୍କ ଉପରେ ଅଣ୍ଡା ଏବଂ କାଳି ମାଡ଼ କରିଥିଲେ ।
୬. ୨୦୧୪ରେ ନିର୍ବାଚନ ସମୟରେ ତାଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଥିଲା ।